କୋରନା ସଂକ୍ରମଣ: ମାଓବାଦୀ ଠାରୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପୋଷ୍ଟରରେ ଅପିଲ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ)ୱାଏନଏସ:କନ୍ଧମାଳ ଜିଲ୍ଲାରେ ମହାମାରୀ କୋରାନା ସଂକ୍ରମଣ ରୁ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ସୁରୂପ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜାରୀ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଆସନ୍ତା ମେ ତିନିତାରିଖ ଯାଏଁ ଲାଗୁ କରାଯାଇଛି. ଏବଂ ପୋଲିସ ପକ୍ଷରୁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରିବା ସହିତ ଗାଁ ଗାଁ ରେ ସଚେତନ ସରକାର କରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସଦାବେଳେ ହାତକୁ ବାରମ୍ବାର ସାବୁନ, ସାନିଟାଇଜେସନ କରିବା ଓ ମାକ୍ସ ପିନ୍ଧିବା ପାଇଁ ସଚେତନତା କରାଯାଇଛି l ବାଲିଗୁଡା, ନୂଆଗାଁ ବ୍ଲକର ବିଭିନ୍ନ ଅଂଚଳରେ ମାଓବାଦୀମାନଙ୍କ ଠାରୁ ଜନସାଧାରଣ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସେମାନଙ୍କ ସହିତ ମିଲାମିଶା କିମ୍ବା ବୈଠକ ରେ ଯୋଗ ନଦେବା ସହିତ ଗାଁରେ ନ ପୁରାଇ ଦେବାକୁ ବିଶ୍ୱ ଆରୋଗ୍ୟ ଚେତନା ସମିତି ପକ୍ଷରୁ ପୋଷ୍ଟରରେ ଲେଖା ହୋଇ ବିଭିନ୍ନ ସ୍ଥାନରେ ମରାଯାଇଛି l ମାଓବାଦୀମାନେ ବିଭିନ୍ନ ରାଜ୍ୟରୁ ଆସିଥିବାରୁ କୋରନା ସଂକ୍ରମଣ ହେବାର ବହୁ ଆଶଙ୍କା ରହିଛି l ଜନସାଧାରଣ ସେମାନଙ୍କଠାରୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି l ବାଲିଗୁଡା ବ୍ଲକର ପରମପଙ୍ଗା, ବାଟାଗୁଡା, ସୁଡ୍ରା,ଦାରିଙ୍ଗବାଡି ଛକ, ବାରଖମା, କ.ନୂଆଗାଁ ଓ କୁର୍ତ୍ତମଗଡ ଅଂଚଳରେ ବିଭିନ୍ନ ଛକ, ରାସ୍ତା, ଗଛରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି, ଏବଂ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀ ମାନଙ୍କୁ ମଧ୍ୟ ବିଶ୍ୱ ଆରୋଗ୍ୟ ଚେତନା ସମିତି ପକ୍ଷରୁ ନିବେଦନ କରାଯାଇଛି।


