ଆନ୍ତଃରାଜ୍ୟ ଓ ଜିଲ୍ଲାରୁ ଅବାଧ ପ୍ରବେଶ ରୋକ୍ ମହେନ୍ଦ୍ରଗିରି ପାଦଦେଶର ତୁମ୍ବା ରାସ୍ତା ସିଲ୍

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାଦଦେଶରେ ଥିବା ତୁମ୍ବା ରାସ୍ତା ଦେଇ ଆନ୍ତଃରାଜ୍ୟ ଆନ୍ଧ୍ର ଓ ଆନ୍ତଃଜିଲ୍ଲା ଗଞ୍ଜାମରୁ ଅନେକ ଗଜପତି ଜିଲ୍ଲାକୁ ପ୍ରବେଶ କରୁଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଗତକାଲି ଏହି ରାସ୍ତାକୁ ସିଲ୍ କରିଛନ୍ତି । ଗତ କିଛି ଦିନ ତଳେ ଗଜପତି ଜିଲ୍ଲାର ଅନେକ ଅଞ୍ଚଳରେ ଥିବା ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ସୀମାନ୍ତରେ ଥିବା ସମସ୍ତ ପ୍ରବେଶ ପଥକୁ ପ୍ରଶାସନ ସିଲ୍ କରିଥିଲେ । ହେଲେ ଏହି ତୁମ୍ବା ରାସ୍ତାକୁ ସିଲ୍ କରାଯାଇ ନ ଥିଲା । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବହୁ ଲୋକ ପଡୋଶୀ ଆନ୍ଧ୍ର ଓ ଗଞ୍ଜାମ ଜିଲ୍ଲାରୁ ଅବାଧ ପ୍ରବେଶ କରୁଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ଜାଣିବା ପରେ ତୁମ୍ବା ରାସ୍ତାକୁ ତୁରନ୍ତ ସିଲ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାୟଗଡ ତହସିଲଦାର ଚିତ୍ତରଞ୍ଜନ ଦାଶ ତୁମ୍ବା ରାସ୍ତାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସିଲ୍ କରିଛନ୍ତି । ଏହି ଅଞ୍ଚଳର ସରପଞ୍ଚ ୱାର୍ଡମେମ୍ବର ମାନଙ୍କୁ ଏହି ସିଲ୍ ସୀମା ଦେଇ ଯେପରି କେହି ଗଜପତି ଜିଲ୍ଲାକୁ ପ୍ରବେଶ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ତହସିଲଦାର ଅନୁରୋଧ କରିଛନ୍ତି । ସ୍ଥାନୀୟ ସରପଞ୍ଚ କୈଳାଶ ଚନ୍ଦ୍ର ଶବର ଏଥି ନେଇ କହିଛନ୍ତି,ଗଜପତି ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲୋକଙ୍କ ସହେଯାଗରେ ତୁମ୍ବା ରାସ୍ତାର ସିଲ୍ ପ୍ରବେଶ ପଥ ଦେଇ କାହାରିକୁ ପ୍ରବେଶ ନ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ