ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ

ଆଜି ରାଜ୍ୟ ସଚିବାଳୟଠାରେ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚିଠା ବଜେଟ ଅନୁମୋଦିତ ହୋଇଛି । ବଜେଟ ଆକାରନେଇ ସରକାରୀଭାବେ କୈଣସି ସୂଚନା ନଥିଲେ ମଧ୍ୟ ବଜେଟ ଆକଳନ ଆନୁମାନିକ ପ୍ରାୟ ୧ ଲକ୍ଷ ୩୭ ହଜାର କୋଟି ଟଙ୍କା ବୋଲି ଜଣାପଡିଛି । ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାର ଆଣିଥିବା ୨୦୧୯ – ୨୦ ଆର୍ଥିକ ବର୍ଷର ବଜେଟ ରୁପରେଖ ୧ ଲକ୍ଷ ୩୨ ହଜାର କୋଟି ଟଙ୍କା ଥିଲା । ହେଲେ ନିର୍ବାଚନ ଥିବାରୁ ୪ ମାସ ପାଇଁ ଲେଖାଅନୁଦାନ ବିଧାନସଭାରେ ପାରିତ ହୋଇଥିଲା। ଏଥର ଏହି ଅଟକଳ ବୃଦ୍ଧି ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ