କଂଠଶୀଳ୍ପୀଙ୍କ ଦ୍ୱାରା ମାସ୍କ ଓ ରାସନ ସାମଗ୍ରୀ ବଂଟନ
ଯୋଡା (ସମୀର କୁମାର ଦାସ) : କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୫ ନଂ ଓାର୍ଡ ଆଜାଦବସ୍ତି କ୍ଲବ ଗୃହଠାରେ ଯୋଡାର ଜଣେ ସୁନାମଧନ୍ୟ କଂଠଶୀଳ୍ପୀ ଶୁଭଶ୍ରୀ ଜେନାଙ୍କ ପକ୍ଷରୁ ଗରିବ ଅସହାୟ ଲୋକଙ୍କୁ ମାସ୍କ ଓ ଅତ୍ୟାବଶକୀୟ ରାସନ ସାମଗ୍ରୀ ବଂଟନ କରାଯାଇଥିଲା । ସ୍ଥାନୀୟ ଆଜାଦ ବସ୍ତି କ୍ଲବର ସଦସ୍ୟଙ୍କ ସହ ଯୋଗରେ ଉକ୍ତ ଓାର୍ଡର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ଗରିବ ଅସହାୟ ଓ ଗୃହହୀନ ଲୋକଙ୍କୁ ଚାଉଳ,ଆଳୁ,ଲୁଣ,ଡାଲି, ସାବୁନ୍ ପ୍ରଭୃତି ଅତ୍ୟାବଶକୀୟ ସାମଗ୍ରୀ ସହିତ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାତ ତିଆରି ମାସ୍କ ବଂଟନ କରାଯାଇଥିଲା । ଏଥିରେ କଂଠଶିଳ୍ପୀ ଶୁଭଶ୍ରୀ ଜେନାଙ୍କ ସମେତ କ୍ଲବର ଜଗନ୍ନାଥ ପାଣିଗ୍ରାହୀ, ମନିନ୍ଦ୍ର ସୁନ୍ଦର ବାରିକ, ସଦସ୍ୟା ସୁଜାତା ଗୋପ୍, ଭାମାମଣୀ ଲାଗୁରିଙ୍କ ସମେତ, ଶ୍ରୀମତୀ ଜେନା ଉପସ୍ଥିତ ରହି ଏହି ବଂଟନକାର୍ଯ୍ୟ କରିଥିଲେ ।


