ଡାକ୍ତର ଟିମ୍ ଦ୍ୱାରା ପରୀକ୍ଷା ପଇଁ ଯୋଡାରେ ୨୩ ଜଣଙ୍କଠାରୁ ସ୍ୱାବ୍ ସଂଗ୍ରହ
ଯୋଡା (ସମୀର କୁମାର ଦାସ) : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବାହାରୁ ଆସିିଥିବା ଲୋକମାନଙ୍କ ସ୍ୱାବ ସଂଗ୍ରହ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ମେଡିକାଲ ଟିମ୍ ରବିବାର ଯୋଡାରେ ପହନଚିଛନ୍ତି । ରବିବାର ପ୍ରଥମ ଦିନରେ ରାଜ୍ୟ ବାହାରୁ ଆସିଥିବା ୨୩ ଜଣଙ୍କଠାରୁ ସାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ମେଡିକାଲ ଟିମ୍ ପକ୍ଷରୁ ସୂଚନା ମିଳିଛି ।ଏକ ଡାକ୍ତରୀ ରେପିଡ୍ ରେସପନ୍ସ ଟିମ୍ ଦ୍ୱାରା ରାଜ୍ୟ ବାହାରୁ ଆସି ଘରେ ଓ ବିଭିନ୍ନ ସରକାରୀ ସଂଗରୋଧ ରେ ୧୪ ଦିନ ରହିଥିବା ଲୋକଙ୍କଠାରେ ଥଣ୍ଡା, କାଶ ଛିଙ୍କ, ଜ୍ୱର ଜନିତ କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖାଗଲେ ସେମାନଙ୍କୁ ଚିହ୍ନଟ କରାଯାଇ ଏହି ସ୍ୱାବ ସଂଗ୍ରହ କରାଯାଉଥିବା ମେଡିକାଲ ଟିମ୍ ପକ୍ଷରୁ ସୂଚନା ମିଳିଛି ।


