ମାଦବନ୍ଧ ଉତ୍କଳମଣି ହାଇ ସ୍କୁଲ ରେ ଯୋଗ ଦିବସ ପାଳିତ
ଚିକିଟି , (ଯୁଗାବ୍ଦ ନ୍ୟୁଜ୍) :ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଚିକିଟି ବ୍ଲକ୍ ମାଦବନ୍ଧ ହାଇ ସ୍କୁଲ ରେ ପରିସରରେ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପାତ୍ର ଅଧକ୍ଷତା କରିଥିଲେ । ଶିକ୍ଷକ ବିଦ୍ୟାର୍ଥୀ ମାନଙ୍କୁ ଯୋଗ ଦ୍ୱାରା କେତେକ ଅସାଧ୍ୟ ରୋଗରୁ ମୁକ୍ତ ମିଳିବା ସହ ସହ ଯୋଗ ଦ୍ୱାର। ମନୁଷ୍ୟ ମନ ପୀଡା ଶରୀର ପୀଡା ରୁ ଶାନ୍ତ କରିପାରୁଛି ବୋଲି ଆଜି ଏହା ବିଶ୍ୱ ପ୍ରସିଦ୍ଧ ହୋଇଛି ବୋଲି ମତପ୍ରକାଶ କରିଥିଲେ । ଯୋଗ ଗୁରୁ ଅଜ୍ଜିତ୍ କୁମାର ପଣ୍ଡା ଓ ଈ. ଧରମା ରାଓ ଯୋଗଦେଇ ବିଭିନ୍ନ ଆସନ ଉପରେ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଦେଇଥିଲେ । ଯୋଗ ଏକ ବରଦାନ ଯାହାକି ବିନା ମୂଲ୍ୟରେ ଶରୀର ଆଉ ମନର ସଞ୍ଜମତା ରକ୍ଷା କରି ଦିର୍ଘାୟୁ ହୋଇଥାଏ ବୋଲି ଯୋଗ ଗୁରୁ ଈ ଧରମା ରାଓ ପ୍ରକାଶ କରିଥିଲେ।କେଉଁ ଆସନ କଲେ କେଉଁ ରୋଗରୁ ଉପଶମ ମିଳିବ ତାହା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ସହ ଇ ଲୋକନାଥ ଓ ଉପେନ୍ଦ୍ର ସାହୁ ମଞ୍ଚ ପରିଚାଳନା ଦାୟିତ୍ଵ ତୁଲାଇଥିଲେ ।


