ନାଉଗାଁରେ ମାସ୍କ ବଂଟନ

ନାଉଗାଁ (ଓ୍ବାଇଏନ୍ଏସ୍) : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାର ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରିଛନ୍ତି । ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଅନେକ ଲୋକ ଅନେକ ପ୍ରକାର ସାହାର୍ଯ୍ୟ ସହଯୋଗର ହାତ ବଢାଉଛନ୍ତି । କିନ୍ତୁ ଗ୍ରାମଂଚଳରେ ଅନେକ ଲୋକ ମାସ୍କ ବ୍ୟବହାର କରୁ ନଥିବା ସ୍ଥାନୀୟ ସାମ୍ବାଦିକ ସୁବ୍ରତ କୁମାର ନାୟକ ଓ ବୈଷ୍ଣବ ରାଉଳ ଜାଣିବା ପରେ ବ୍ଲକ ପ୍ରଶାସନଙ୍କ ସହାୟତାରେ ଲୋକଙ୍କୁ ସଚେତନ କରିବା ସହିତ ମାସ୍କ ବଂଟନ କରିଛନ୍ତି । ଏଥିରେ ପ୍ରଶାସନିକ ଅଧିକାରୀ ଭାବେ ସ୍ଥାନୀୟ ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା ଓ ଆଇଆଇସି ଗୋବର୍ଦ୍ଧନ ସାହୁ ପ୍ରମୁଖ ସାମିଲ ଥିଲେ । ପ୍ରଥମେ କୋରୁଅ ଗ୍ରାମରେ ବଂଟନ କରାଯାଇଥିଲା । ପ୍ରର୍ଯ୍ୟାୟ କ୍ରମେ ଅନ୍ୟ ଗ୍ରାମରେ ବଂଟନ କରାଯିବ ବୋଲି ଜଣାଯାଇଛି । ସେହିପରି ଅଲଣା ପଂଚାୟତସ୍ଥିତ ୧୩ ନମ୍ବର ୱାର୍ଡର ୱାର୍ଡ ସଭ୍ୟ ସରୋଜ କୁମାର ପାତ୍ର ନହଣିପଡା ଗ୍ରାମରେ ନିଜସ୍ୱ ଖର୍ଚ୍ଚରେ ଗରିବ ଲୋଙ୍କୁ ସାବୁନ, ସାନିଟାଇଜର ଓ ମାସ ଆଦି ବଂଟନ କରି ସଚେତନ କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ