ଛାତ୍ରୀଙ୍କ ଦ୍ୱାରା ଆର୍ଥିର୍ର୍କ ଅନଗ୍ରସରଙ୍କ ପାଇଁ ୧୫୦ ବୋତଲ ସାନିଟାଇଜର ପ୍ରସ୍ତୁତ
ଭୁବନେଶ୍ୱର : ମଣିପାଳ ଏକାଡେମୀ ଅଫ୍ ହାୟର ଏଜୁକେଶନର ମଣିପାଳ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ତୃତୀୟ ବାର୍ଷିକ ଛାତ୍ରୀ ସିମର ଶର୍ମା କୋଭିଡ୍-୧୯ ମହାମାରୀ ସଙ୍କଟ ସମୟରେ ସମାଜର ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ୧୫୦ ବୋତଲ ସାନିଟାଇଜର ପ୍ରସ୍ତୁତ କରିଛନ୍ତି । ଏହାକୁ ସେ ଦିନ ମଜୁରିଆ, ପନିପରିବା ଏବଂ ମାଛ ଦୋକାନୀ, କ୍ୱାରାଟାଂଇନ୍ ହୋମ୍ ଏବଂ ବସ୍ତିରେ ବସବାସ କରୁଥିବା ଲୋକଙ୍କୁ ବିତରଣ କରିଛନ୍ତି । ଏସବୁ ଲୋକଙ୍କ ପାଖରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନ ଥିବାବେଳେ ଏହା ଦାମ ଅଧିକ ଥିବାରୁ କିଣିବା ପାଇଁ ସେମାନଙ୍କ ପାଖରେ ଅର୍ଥ ମଧ୍ୟ ନାହିଁ । ସିମର ଆଇସୋ-ପ୍ରୋପାଇଲ୍ ଆଲକୋହଲ. ଗି୍ଲସେରଲ, ଏସେନସିଆଲ୍ ଅଏଲ୍ ଏବଂ ପାଣି ମିଶାଇ ଏହି ସାନିଟାଇଜର ପ୍ରସ୍ତୁତ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ହୋଇଥିବା ସୁରକ୍ଷା ମାର୍ଗଦର୍ଶିକା ଆଧାରରେ ସେ ସାନିଟାଇଜରରେ ୮୦ ପ୍ରତିଶତ ଆଲକୋହଲ ମିଶ୍ରିତ କରିଛନ୍ତି । ଏହି ଅବସରରେ ସିମର ଶର୍ମା କହିଲେ, କୋଭିଡ୍-୧୯ ମହାମାରୀରୁ ସୁରକ୍ଷିତ ରହିବା ପାଇଁ ସମାଜର ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ୬୦୦ ଲିଟର ସାନିଟାଇଜର ପ୍ରସ୍ତୁତ କରାଯାଇଛି । ଏଥିରେ ମୋ ପ୍ରଫେସରମାନେ ଆବଶ୍ୟକ ସହଯୋଗ କରିଛନ୍ତି । ପୋଲିସ ସହାୟତାରେ ଏସବୁ ମାର୍କେଟରେ ଲୋକଙ୍କ ମଧ୍ୟରେ ବିତରଣ କରାଯାଇଛି । ଏବେ ମୁଁ ଦ୍ୱିତୀୟ ବ୍ୟାଚ୍ ସାନିଟାଇଜର ପ୍ରସ୍ତୁତି ପାଇଁ ଯୋଜନା କରିଛି । ଏଥିପାଇଁ କେମିକାଲ ଏବଂ ବୋତଲ ଅର୍ଡର କରାଯାଇଛି । ଲକ୍ଡାଉନ୍ରେ ମୁଁ ନିୟମିତ ଅନ୍ଲାଇନ୍ କ୍ଲାସ୍ରେ ଯୋଗଦେବା ଜାରି ରଖିଛି । ଏହି ଅବସରରେ ମଣିପାଳ ଇନଷ୍ଟିଚ୍ୟୁଟ୍ ଅଫ୍ ଟୋକ୍ନୋଲୋଜିର ନିର୍ଦ୍ଦେଶକ ଡ.ଡି. ଶ୍ରୀକାନ୍ତ ରାଓ କହିଲେ, କୋଭିଡ୍-୧୯ ମହାମାରୀରେ ଛାତ୍ରୀ ସିମର ଶର୍ମା କାର୍ଯ୍ୟ ବେଶ୍ ସ୍ୱାଗତ ଯୋଗ୍ୟ । ଆମର ଇନକୁବେଶନ କେନ୍ଦ୍ର ପକ୍ଷରୁ ସବୁବେଳେ ଆମ ଛାତ୍ରଛାତ୍ରୀଙ୍କୁ ସମାଜର ମଙ୍ଗଳ ପାଇଁ ପ୍ରେରଣା ଦିଆଯାଇଥାଏ । ବାସ୍ତବ ଜୀବନରେ କିଭଳି ପାଠପଢ଼ାକୁ ଉପଯୋଗ କରାଯିବ ତାହା ଆମର ଶିକ୍ଷାର୍ଥୀଙ୍କୁ ଅବଗତ କରାଯାଇଥାଏ ।