ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟପଦକୁ କୋର୍ଟ ରଦ୍ଦ କରିବା ପରେ ବୁଧବାର ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ କନ୍ଧମାଳ ଜିଲାପାଳ ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ରମାକାନ୍ତ ତାଙ୍କ ସମର୍ଥକଙ୍କ ଗହଣରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ବିଡିଓ ଡ.ଜଗଦୀଶ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ସ୍ବାଗତ ଜଣାଇଥିଲେ। ସମଗ୍ର ଦାରିଙ୍ଗବାଡ଼ିର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ଏବେ କରୋନା ମୁକାବିଲାକୁ ସେ ଗୁରୁତ୍ୱ ଦେବେ। ପ୍ରବାସୀ ଓଡ଼ିଆଙ୍କୁ ସମସ୍ତ କ୍ୱାରାଣ୍ଟାଇନ୍‌ରେ ଥଇଥାନକୁ ପ୍ରାଥମିକତା ଦେଇ କାର୍ଯ୍ୟ କରାଯିବ ବୋଲି କହିଥିଲେ। ଏହି ସମୟରେ ତାଜୁଙ୍ଗିଆ ସମସତିସଭ୍ୟା ରୁଦା ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଯୁନସ ପ୍ରଧାନ, ତିଆଡ଼ି ନାୟକ, କାଳୀପ୍ରସାଦ ମଲ୍ଲିକ, ଚକ୍ରଧର ମଲ୍ଲିକଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ