ଦୋଳି ସାଜିଲା କାଳ, ଦୋଳି ରଶିରେ ଛନ୍ଦି ହୋଇ ନାବାଳିକାଙ୍କ ମୃତ୍ୟୁ
ହିଂଜିଳିକାଟୁ, (ଶେଷଦେବ ସାହୁ): କିଛି ଦିନ ପୂର୍ବରୁ ପାଳିତ ହୋଇଥିବା ରଜପର୍ବର ମଜା ମନରୁ ନଲିଭୁଣୁ ରଜଦୋଳି ରଶିରେ ଛନ୍ଦି ହୋଇ ଜୈନିକା ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଶନିବାର ଅପରାହ୍ନରେ ହିଂଜିଳିକାଟୁ ପୌରାଂଚଳ ମହୋନ କଲୋନୀ ଅଂଚଳରେ ଘଟିଛି । ମୃତକ ଜଣକ ସଂପୃକ୍ତ ଅଂଚଳର ଅରୁଣ ମହାନ୍ତିଙ୍କ ନାବାଳିକା କନ୍ୟା ଅର୍ପିତା ମହାନ୍ତି (୧୧) । ରଜପର୍ବ ପର ଠାରୁ ନାବାଳିକା ଜଣକ ପ୍ରତ୍ୟେହ ରଶି ସହାୟତାରେ ଘରେ ବନ୍ଧା ହୋଇଥିବା ଦୋଳି ଖେଳି ଆସୁଥିଲେ । ହେଲେ ଶନିବାର ଦୋଳି ଖେଳିବା ନାବାଳିକାଙ୍କ ପ୍ରତି ସତେ ଯେପରି କାଳ ସାଜିଥିଲା । ନାବାଳିକା ଜଣକ ଦୋଳି ଖୋଳଥିବା ସମୟରେ ହଠାତ୍ ଦୋଳିର ରଶି ଛିଡ଼ି ଯିବାରୁ ଛିଡ଼ା ରଶିଟି ନାବାଳିକାଙ୍କ ବେକରେ ଗୁଡ଼ାଇ ହୋଇପଡ଼ିବା ସହ ନାବାଳିକା ଜଣକ ରଶିରେ ଝୁଲି ରହିଥିଲେ । ପରିବାର ସଦସ୍ୟ ଘଟରା ଦେଖି ନାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଂଜିଳି ପୋଲିସ ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରିଥିଲେ । ଏ ନେଇ ନଂ- ୧୩/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।