ବିବାହ ଭୋଜିରେ ଯୋଗ ଦେଇଥିବା ଯୁବକଙ୍କୁ ନିସ୍ତୁକ ମାଡ ସହ ଜୋତା ନାକରେ ଘଷିଲେ

ମନ୍ଦସୈାର ,ଉତ୍ତରପ୍ରଦେଶର ମନ୍ଦସୈାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜୁନ ୧୬ ତାରିଖରେ ବିବାହ ଭୋଜିରେ ଯୋଗ ଦେଇଥିବା ବେଳେ କିଛି ଲୋକ ଜଣେ ଯୁବକଙ୍କୁ ମାଡ ମାରିବା ସହ ତାଙ୍କୁ ଚପଲ ରେ ତାଙ୍କ ନାକରେ ଘଷିବା ଘଟଣା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ଯୁବକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ସୂତ୍ରର ୁ ମିଳିଥିବା ସୂଚନା ଅନୁଯାୟୀ ମନ୍ଦସୈାରରେ ଏକ ବିବାହ ଭୋଜିର ଆୟୋଜନ ଚାଲିଥିବାବେଳେ ଯୁବକ ଜଣକ ସହ ଅନ୍ୟ ଦୁଇ ଜଣ ଯୁବକଙ୍କ ସହ ବଚସା ହୋଇଥିଲା । ଏହି ଘଟଣା ପରେ ସେମାନଙ୍କ ମଧ୍ୟରେ ଉଗ୍ରରୁପ ଧାରଣ କରିଥିଲା । ଯୁବକ ଜଣଙ୍କୁ ନିସ୍ତୁୁକ ମାଡ ମାରିବା ସହ ଚପଲ ନକରେ ଘଷିଥିଲେ । ଏହି ଘଟଣା ପରେ ପୋଲିସ ଭିଡିଓ ଆଧାରରେ ଅଭିଯୁକ୍ତ ମାନଙ୍କୁ ଖୋଜିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ