ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଅଭିଯୋଗ: 13 ଜଣଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସର୍ବସାଧାରଣଙ୍କ ଶାନ୍ତି ଓ ସୁରକ୍ଷା ବଜାୟ ରଖୁବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଗତ କିଛି ଦିନ ଧରି ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଓ ନିଶାସକ୍ତ ଅବସ୍ଥାରେ ଉପଦ୍ରବ ସୃଷ୍ଟି କରିବା ବିରୋଧରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏହି ଅଭିଯାନ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥୂବା ମୋଟ ୧୩ ଜଣ ବ୍ୟକ୍ତିଙ୍କୁ ପାରଳାଖେମୁଣ୍ଡି ଥାନାକୁ ଅଣାଯାଇ ଡାକ୍ତରୀ ପରୀକ୍ଷା କରାଯିବା ସହ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ନୋଟିସ ଦେଇ ଛାଡ଼ି ଦିଆଯାଇଛି। ସେମାନଙ୍କ ବିରୋଧରେ ବିଏନ୍‌ଏସ୍ ଧାରା ୨୭୦/୩୫ ୨୭୦/୩୫୫ ଅନୁଯାୟୀ ପୃଥକ ପିଆର୍ ମାମଲା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ