ବିଜେଡି ବରିଷ୍ଠ ନେତାଙ୍କ ଧାମନଗର ବନ୍ୟା ଅଞ୍ଚଳ ଗସ୍ତ

ଧାମନଗର (ଓ୍ବାଇଏନଏସ): ପୂର୍ବତନ ମୁଖ୍ୟମନ୍ତ୍ରୀ,ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଡ଼.ଅରୁଣ ସାହୁ ପୂର୍ବତନ ମନ୍ତ୍ରୀ ବର୍ତ୍ତମାନ ନୟାଗଡ଼ ବିଧାୟକ ବରିଷ୍ଠ ବିଜେଡି ନେତା ଧାମନଗର ବନ୍ୟା ଅଞ୍ଚଳ ପରିଦର୍ଶନ କରି ଚଳିତ ବର୍ଷର ଚତୁର୍ଥ ବନ୍ୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୈତରଣୀ ଓ ଗେଙ୍ଗୁଟି ନଦୀବନ୍ଧରେ ବନ୍ୟାବିପନ୍ନଙ୍କ ସହ ସାକ୍ଷାତ କରି ସେମାନଙ୍କ ଦୁଃଖ,ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ବିପଦ ସମୟରେ ଲୋକଙ୍କ ସହ ଠିଆ ହୋଇ ସେମାନଙ୍କ ସମସ୍ୟା ବୁଝିବା ଓ ସହଯୋଗର ହାତ ବଢ଼ାଇବା ହିଁ ଆମର ଦଳର ପ୍ରାଥମିକତା ବୋଲି ସେ କହିଛନ୍ତି। ସରକାର ବନ୍ୟା ଟ୍ୟୁରିଜିମ୍ ବନ୍ଦ କରି ବନ୍ୟା ବିପନ୍ନ ଏବଂ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ କଥା ବୁଝନ୍ତୁ ସେମାନଙ୍କୁ ପର୍ଯ୍ୟାପ୍ତ ସାହାଯ୍ୟ କରିବା ସହିତ ଚାଷର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ସହ ଋଣ ଛାଡ଼ କରନ୍ତୁ ବୋଲି ଗଣମାଧ୍ୟମ ଆଗରେ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟାରେ ଦାବି କରିଛନ୍ତି। ପୂର୍ବତନ ମନ୍ତ୍ରୀ ବର୍ତ୍ତମାନ ନୟାଗଡ଼ ବିଧାୟକ ବରିଷ୍ଠ ବିଜେଡି ନେତା ଡ଼.ଅରୁଣ କୁମାର ସାହୁ ଧାମନଗର ରେ ପହଞ୍ଚିବା ପରେ ବିଜେଡି ଦଳ ତରଫରୁ ବିପୁଳ ସ୍ୱାଗତ କରାଯାଇଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଧାମନଗର ବନ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ବନ୍ୟା ପ୍ରଭାବିତ ଅଞ୍ଚଳଗସ୍ତ ସମୟରେ ଚାନ୍ଦବାଲି ବିଧାୟକ ଡ଼.ବ୍ୟୋମକେଶ ରାୟ,ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ,ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ,ବିଜୁ ଜନତା ଦଳର ଧାମନଗର ନିର୍ବାଚନମଣ୍ଡଳୀ ନେତା ଡାକ୍ତର ସଞ୍ଜୟ ଦାସ,ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ବେହେରା,ଭଦ୍ରକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଟୁନିବାଳା ବିଶାଳ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ବ୍ଲକ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ,ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ଉପାଧ୍ୟକ୍ଷ ଓସିମ ଏଜଦାନି କାଦିରୀ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ,ସାରଦା ପ୍ରସନ୍ନ ସାହୁ,ସଭ୍ୟା ବିଦ୍ୟୁତ ଲତା ନାୟକ,ସରପଞ୍ଚ ଶୀତାକାନ୍ତ ମିଶ୍ର,ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ,ଭାରତ ବିଜୟ ଦଳେଇ,କେତେକ କାଉନସିଲର,ବିଜେଡି ବ୍ଲକ ଓ ନଗର ସଭାପତି ପ୍ରତାପ ସାମଲ,ବିଜୟକେତନ ସାହୁ,ବିଜେଡି ନେତା ସୁଶାନ୍ତ କୁମାର ରାଉତ,ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ସେକ ଜାଫର ଅଲ୍ଲୀ,ସେକ ସୈଫୁଦ୍ଦିନ (ସୁନିଲ),ସେକ ବାଟୋ,ଏମଡି ଫକିରୁଦ୍ଦିନ,ମୀର ମୁରତୁଜା,ରମେଶ ଜେନା,ଗୌରାଙ୍ଗ ଜେନା,ସେକ ଜୁଲୋ ଓ ଅନ୍ୟ ନେତୃମଣ୍ଡଳୀ ଧାମନଗର ବନ୍ୟା ଅଞ୍ଚଳ ବୟାଙ୍ଗଡିହ, ଦୋବଲ, ରାଧାବଲ୍ଲଭପୁର,ନଦୀ ଗାଁ,ଧୁଷୁରୀ ଆଦି ପରିଦର୍ଶନ କରି ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ଆଲୋଚନା କରିବା ସହିତ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀ ମାନଙ୍କ ସହ ଆଲୋଚନା କରିବା ପରେ କ୍ଷୟକ୍ଷତି ଆକଳନ କରି ଏକ ରିପୋର୍ଟ ଜିଲ୍ଲା ସଭାପତିଙ୍କ ମାଧ୍ୟମରେ ବିରୋଧ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି।ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଆବଶ୍ୟକତା ଓ ସମସ୍ୟା ବୁଝିବା ସହ ପ୍ରତ୍ୟେକ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଖରେ ରିଲିଫ୍ ପହଁଚାଇବା ସହିତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାନସଭାରେ ସ୍ୱର ଉଠାଇବା ସହ ଦାବି ଉପସ୍ଥାପନ କରିବା ପାଇଁ ବିଜେଡ଼ିର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ