କରୋନାରେ ଅର୍ଥନୈତିକ ମୁକାବିଲା ପାଇଁ ଦିଦିଙ୍କ ୧.୫୨ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା

କୋଲକାତା : କରୋନା ସମୟରେ ଘଟିଥିବା ଅର୍ଥନୈତିକ ସ୍ଥାଣୁତାର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ୧.୫୨ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଏହି ୧.୫୨ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଅର୍ଥନୈତିକ ପୁନରୁତ୍ଥାନ ପାଇଁ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି । ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ପୁନରୁତ୍ଥାନ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ମମତା ସୂଚନା ଦେଇଛନ୍ତି । ଅର୍ଥନୈତିକ ସଚିବଙ୍କ ନେତୃତ୍ବରେ ଗଠିତ ଟାସ୍କ ଫୋର୍ସ ଏହି ଯୋଜନାର ତଦାରଖ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ