ଗ୍ରାମ ବାସୀଙ୍କ ପାଇଁ ଦେବଦୂତ ସାଜିଲେ ଆଇଟି ଇଞ୍ଜିନିୟର
କାକଟପୁର,(ଗଣେଶ ଚନ୍ଦ୍ର ବେହେରା):ସାରାଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ।ଲକ୍ ଡାଉନ୍ ସମୟରେ ସମସ୍ତେ ଘରେ ରହିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ନିର୍ଦ୍ଦେଶ କୁ ସମସ୍ତେ ମାନି ଘରେ ରହିବା ଦେଖିବାକୁ ମିଳିଛି। ସରକାର ପ୍ରତ୍ୟେକ ପରିବାର କୁ ୧୦୦୦ଟଙ୍କା ଓ ପରିବାର କୁ ଚାଉଳ ଯୋଗାଇଛନ୍ତି। ସେଥିକିରେ ଗରିବ ପରିବାରର ଦୁଖଃ ଦୁର ହେଉନାହିଁ । ପରିବା ସଉଦା ପାଇଁ ଟଙ୍କା ର ଆବଶ୍ୟକତା ନିହାତି ରହିଛି।ଏହି ପରିପ୍ରେକ୍ଷୀ ସମୟରେ ତାଙ୍କ ପାଖରେ କାକଟପୁର ବ୍ଲକ୍ ଅନ୍ତର୍ଗତ ବାଙ୍ଗୁରିଗାଁ ପଞ୍ଚାୟତ ଶ୍ରି ଚନ୍ଦନ ପୁର ର ଆଇଟି ଇଞ୍ଜିନିୟର ପି ମୋହନ ଭାଇ ଦେବଦୁତ ହୋଇ ଛିଡାହେବା ଦେଖିବାକୁ ମିଳିଛି। ନିଜ ପରିଶ୍ରମ ଫଳରେ ଉପାର୍ଜନ କରିଥିବା କିଛି ଟଙ୍କା ବାଙ୍ଗୁରିଗାଁ ର ୫ ଟି ୱାର୍ଡ଼ ରେ ୨୦୦ ରୁ ୨୫୦ ପରିବାର ଦାରିଦ୍ର୍ୟ ଲୋକମାନଙ୍କୁ ସୁଖିଲା ଖାଦ୍ୟ ଯଥା ଚୁଡା,ଡାଲି,ଖାଇବା ତେଲ, ଆଳୁ,ହଳଦୀ ଓ ଲୁଣ ନିମନ୍ତେ ଆର୍ଥିକ ରାଶି ଘର ପିଛା ୫୦୦ ଶହ ଟଙ୍କା ଲେଖାଏଁ ବୁଲି ଦେବା ସହିତ ବାହାରକୁ ଗଲେ ମାସ୍କ ବ୍ୟବହାର କରିବା ଏବଂ ପିଲାମାନଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରୁଥିବାର ଦେଖିବାକୁ ମିଳିଛି, ଏପରୀ ସମୟରେ ଗରିବ ଲୋକ ଙ୍କ କିଛି ପରିମାଣରେ ଦୁଖଃ ଦୁର କରିବାରୁ ଲୋକମାନଙ୍କ ମୁହଁରେ ବହୁତ ଖୁସି ଦେଖିବାକୁ ମିଳିଛି l


