ଜୟପୁର କୋଭିଡ଼ ମେଡିକାଲ ପରିସ୍ଥିତି ସମୀକ୍ଷା କଲେ ବରିଷ୍ଠ ଆଇଏଏସ
ଜୟପୁର, (ଓ୍ୱାଇଏନ୍ଏସ୍): ରାଜ୍ୟସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ଼-୧୯ର ସମସ୍ତ କାର୍ୟ୍ୟକୁ ତଦାରଖ କରିବାପାଇଁ ଆଜି କୋରାପୁଟ ଜିଲ୍ଲାରେ ପହଂଚିଛନ୍ତି ଜିଲ୍ଲା ପର୍ୟ୍ୟବେକ୍ଷକ ଭାବେ ବରିଷ୍ଠ ଆଇଏଏସ ରସିଦ ଖାନ ଏବଂ ଭିର ବିକ୍ରମ ଯାଦବ । କୋରାପୁଟ ଜିଲ୍ଲାର ଜୟପୁରରେ ଥିବା କୋଭିଡ଼ ମେଡିକାଲ ପରିସ୍ଥିତି ସମୀକ୍ଷା କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହ କରନା ମୁକାବେଲା ପାଇଁ କିଭଳି ପ୍ରସ୍ତୁତି ଚାଲିଛି ତାହା ଉପଜିଲାପାଳ ଏବଂ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ସହ ଆଲଚନା କରିଥିଲେ।