ନାବାଳିକାକୁ ଦୁଷ୍କର୍ମ ମାମଲା, ଯୁବକ ଗିରଫ
କୋରାପୁଟ (ହେମନ୍ତ ପାଣିଗ୍ରାହୀ) ; ଜଣେ ନାବାଳିକା କୁ ଦୁଷ୍କର୍ମ କରିଥିବା ମାମଲା ରେ ଲକ୍ଷ୍ମୀପୁର ପୋଲିସ ଜଣେ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି… ସୂଚନା ଅନୁଯାୟୀ ଲକ୍ଷ୍ମୀପୁର ବ୍ଲକ ବିରୀଗୁଡା ଗାଁ ର ଜଣେ ନାବାଳିକା ଝିଅ କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ରାୟଗଡା ନୁଆଁ ଝୋଡ଼ିଆ ସାହିର ଯୁବକ ବସୁ ରାମା ରେଡ୍ଡୀ ବିଶାଖାପାଟଣା ନେଇଁ ଯାଇଥିଲା, ସେଠାରେ ଏକ ଲଡ୍ଡଜ ରେ ଝିଅ କୁ ରଖିଥିଲା… ପରିବାର ଲୋକେ ଖୋଜା ଖୋଜି କରିବା ପରେ ଝିଅ କୁ ନପାଇ ଲକ୍ଷ୍ମୀପୁର ଥାନା ରେ ଅଭିଯୋଗ କରିଥିଲେ… ଅଭିଯୋଗ କୁ ଆଧାର କରି ପୋଲିସ ଅନୁସନ୍ଧାନ କରି ବିଶାଖାପାଟଣା ରେ ଥିବା ଜାଣି ପରିବାର ସଦସ୍ୟ ଙ୍କ ସହ ବିଶାଖାପାଟଣା ପହଂଚି ଏକ ଲଡ୍ଡଜ ରୁ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ.. ଲକ୍ଷ୍ମୀପୁର ଫେରିବା ପରେ ଉଭୟ ଙ୍କୁ ଡାକ୍ତରୀ ମାଇନା କରାଯିବା ପରେ ବସୁ ରାମା ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଜ୍ଞାନୀ ସାହୁ ସୂଚନା ପ୍ରଦାନ କରିଛନ୍ତି।


