ବାଲି ଖାଇ ୬୩ ବର୍ଷ

ସମସ୍ତେ ବଞ୍ôଚବା ପାଇଁ ଖାଦ୍ୟ ଖାଇଥାଆନ୍ତି । ଆମେ ସାଧାରଣତଃ ଖାଦ୍ୟରେ ଭାତ, ରୁଟି ଭଳି ବିଭିନ୍ନ ଦ୍ରବ୍ୟ ଖାଇଥାଉ । ହେଲେ ବାଲି ଖାଇ ୬୩ ବର୍ଷ ବଞ୍ଚିବା ଏକ ପ୍ରକାରର ଅସମ୍ଭବ । ବାଲି ଆମ ପେଟକୁ ଗଲେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ହେଲେ ଜଣେ ୭୮ ବର୍ଷିଆ ବୃଦ୍ଧାଙ୍କ କ୍ଷେତ୍ରରେ ଏହା ଅସମ୍ଭବ ମନେହୁଏ । ହେଲେ ଏପରି ଘଟିଛି ବାରଣାସୀରେ । ବୃଦ୍ଧା ଜଣଙ୍କ ନିଜ ଖାଦ୍ୟରେ ସବୁ ସମୟରେ ବାଲି ଖାଇଥା’ନ୍ତି । ତେବେ ଏହା ଆଜିକାଲିର ଘଟଣା ନୁହେଁ, ବରଂ ପୂରା ୬୩ ବର୍ଷର ଘଟଣା । ଲଗାତାର ବାଲି ଖାଇ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର କୌଣସି ବି ଶାରୀରିକ ଅସୁବିଧା ହୋଇନାହିଁ । ବୃଦ୍ଧାଙ୍କ କହିବା ଅନୁଯାୟୀ, ବାଲି ଖାଇବା ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁଛି । ଏହାଛଡ଼ା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରୁ ବି ମୁକ୍ତି ପାଉଛନ୍ତି ବୋଲି ସେ କହିଛନ୍ତି । ବର୍ତ୍ତମାନ ବୃଦ୍ଧା ନିଜ ପରିବାରଙ୍କ ସହ ସୁସ୍ଥ ଜୀବନଯାପନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ