ଗରିବଙ୍କ ପାଇଁ ରକ୍ଷାକବଚ ସାଜିଲା ଓଡ଼ିଶା ଗଣେଶ ପୂଜା ସମିତି

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ହରିଆଣାର ଗୁରଗାଓଁ (ଦିଲ୍ଲୀ ଏନ୍‌ସିଆର୍‌) ବହୁସଂଖ୍ୟକ ପ୍ରବାସୀ ଓଡ଼ିଆ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନମଜୁରିଆ ଭାବେ କାମ କରି ଜୀବିକା ନିର୍ବାହ କରନ୍ତି । ଭାଗ୍ୟର ବିଡ଼ମ୍ବନା କରୋନା ମହାମାରୀ ଧୀରେଧୀରେ ଭାରତବର୍ଷରେ ବ୍ୟାପୀ ବର୍ତ୍ତମାନ ତାଣ୍ଡବ ରୂପ ନେଇ କାୟା ବିସ୍ତାର କରିଚାଲିଛି । ଯାହାଦ୍ୱାରା କି ଭାରତ ସରକାରଙ୍କ ଦ୍ୱାରା ଲକ୍ ଡାଉନ୍ ଘୋଷଣା କରାଯାଇଛି । ଯାହାଦ୍ୱାରା ଗରିବ ଦିନମଜୁରିଆମାନେ ନିଜନିଜର ଜୀବିକା ହରାଇ ବସିଛନ୍ତି । ବର୍ତ୍ତମାନ ପରିସ୍ଥିତି ଏମିତିକି ପେଟକୁ ଦୁଇଓଳି ଦାନା ଯୋଗାଡ଼ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ଏହି ସମୟରେ ଗୁରଗାଓଁସ୍ଥିତ ଓଡ଼ିଶା ଗଣେଶ ପୂଜା ସମିତି (ଓଜିପିଏସ୍‌)ର ସଭାପତି ସତ୍ୟନାରୟଣ ଜେନାଙ୍କ ପ୍ରତିନିଧିତ୍ୱରେ ସମିତିର ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ ହଜାରହଜାର ପ୍ରବାସୀ ଓଡ଼ିଆଙ୍କ ଘରଘର ପହଞ୍ôଚ ତାଙ୍କର ଭଲମନ୍ଦ ବୁଝିବା ସହିତ ରିଲିଫ୍ ବଣ୍ଟନ କାର୍ଯ୍ୟ କରି ଗରିବଙ୍କ ମୁହଁରେ ହସ ଫୁଟାଇବାର ଭୂମିକା ଯାହାକି ଓଜିପିଏସ୍ ସହିତ ଭାଇଚାରାର ସମ୍ପର୍କକୁ ସୁଦୃଢ଼ କରିଛି । ଓଜିପିଏସ୍‌ର ବରିଷ୍ଠ ଉପଦେଷ୍ଟା ସଞ୍ଜୟ ମିଶ୍ର, ଚେୟାରମ୍ୟାନ୍ ଦେବେନ୍ଦ୍ର ସ୍ୱାଇଁ, ଓଡ଼ିଆ ସମାଜର ନନ୍ଦ କିଶୋର ଦ୍ୱିବେଦୀ, ସର୍ବେଶ୍ୱର ଲେଙ୍କା, ସତ୍ୟବାନ ସାମଲ, ଅଶ୍ୱିନୀ ବେହେରା, ସନ୍ତୋଷ ନାଥଶର୍ମା ଆର୍ଥିକ ସାହାଯ୍ୟ କରିବା ସହିତ ସମସ୍ତ କାର୍ଯ୍ୟ ପରିଚାଳନା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଓଜିପିଏସ୍‌ର ଏହି ସୁନ୍ଦର ମହତ୍ କାର୍ଯ୍ୟ ପାଇଁ ଗୁରଗାଓଁ ନଗରନିଗମ ସଭାପତି ଧନ୍ୟବାଦ ଅର୍ପଣ କରିଥିବାବେଳେ ସ୍ଥାୟୀ ବାସିନ୍ଦାଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ