ଓଡ଼ିଆ ଵାପଟିଷ୍ଟ ମଣ୍ଡଳୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : ଦେଶରେ କରୋନା ପାଇଁ ଜନସାଧାରଣ ଭୟଭୀତ ହେଉଥିବା ବେଳେ ସୋମବାର ଦିନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓଡ଼ିଆ ଵାପଟିଷ୍ଟ ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳ ଡଃ,ବୃନ୍ଦା ଡିଙ୍କ ଜରୀଆରେ ଏକ ଲକ୍ଷ ଟଙ୍କା ସହାୟତା କରିଛନ୍ତି। କରୋନା ମହାମାରୀ ପାଇଁ ପ୍ରତ୍ୟେକ ଖ୍ରୀଷ୍ଟିଆନ ପରିବାର ଗୁଡିକ ଘରେ ଘରେ ପ୍ରାର୍ଥନା ମଧ୍ୟ କରିଥାନ୍ତି। ଫୁଲବାଣୀ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ର ସଭାପତି ଇମାନୁଏଲ ରଥ, ସାଧାରଣ ସମ୍ପାଦକ ଗିଦିୟନ ନାୟକ, କୋଷାଧକ୍ଷ ରବିନ କୁମାର ସାମନ୍ତରାୟ, ଯୁଗ୍ମ ସମ୍ପାଦକ ପ୍ରଭୁଦତ୍ତ ମିଶ୍ର, ସହ ସମ୍ପାଦକ ଆଶିଷ କୁମାର ସେନାପତି,ପାଳକ ବିଜୟ କୁମାର କରାଡ,ପ୍ରଚାରକ ଜିତେନ୍ଦ୍ରିୟ ସୁନା, ପରିତୋଷ ଚନ୍ଦ୍ର ମିଶ୍ର, ଶ୍ରୀମତୀ ଦୁଲହନା ପ୍ରିୟଦର୍ଶିନୀ ମିଶ୍ର, ଶ୍ରୀମତୀ ପୁଷ୍ପିତା ରାଉତ, ଏବଂ ଆଶିଷ ଚନ୍ଦ୍ର ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଏକ ଲକ୍ଷ ଟଙ୍କା ର ଚେକ୍ ପ୍ରଦାନ କରାଯାଇଥିଲା । ମଣ୍ଡଳୀ ର ବିଶ୍ଵାସି ମାନଙ୍କ ଦ୍ଵାରା ଏହି ଅର୍ଥ ଆଦାୟ କରି ପ୍ରାର୍ଥନା ର ସହିତ ପ୍ରଦାନ କରାଯାଇଥିଲା।


