ଜଗଦମ୍ବାଙ୍କ ୫୪ ତମ ସ୍ମୃତି ଦିବସ ପାଳିତ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ୍) : କଳ୍ପବାସୀନଗର ସ୍ଥିତ ଶାନ୍ତି ଅନୁଭୁତି ଭବନରେ ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଜଗଦମ୍ବା ସରସ୍ୱତୀଙ୍କ ୫୪ ତମ ସ୍ମୃତି ଦିବସ ମଙ୍ଗଳବାର ଦିନ ପାଳନ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମାନ୍ ଶ୍ରୁଭାଂଶୁ କୁମାର ମହାରଣା ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ସମର୍ଥର ଅଧକ୍ଷ ଶ୍ରୀ କେ ଆନନ୍ଦ ରାଓ ଯୋଗଦେଇ ଶୋଭା ବର୍ଦ୍ଧନ କରିଥିଲେ । ଶ୍ରୁଭାଂଶୁ ମହାରଣା କିଭଳି ସମସ୍ତଙ୍କ ସହଯୋଗ ଦ୍ୱାରା ସୁରକ୍ଷିତ ସମାଜ ଗଠନ ହୋଇପାରିବ ଓ ଆମ ସମାଜରେ ଆମ ସମସ୍ତଙ୍କ ଜୀବନରେ ଆଧାତ୍ମିକତାର କିପରି ମୁଲ୍ୟ ବୋଧ ହୋଇପାରିବ ସେ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ତାଙ୍କ ଜୀବନର ମାତେଶ୍ୱରୀ ଜଗଦମ୍ବାଙ୍କ ଆଧାତ୍ମିକ ଜୀବନର କିଛି କାହାଣୀ ବର୍ଣ୍ଣନା କରିଥିଲେ । ବ୍ରହ୍ମ କୁମାରୀ ସଂସ୍ଥାର କେନ୍ଦ୍ର ସଂଚାଳିକା ବ୍ରହ୍ମକୁମାରୀ ବିଜୟ ଲକ୍ଷ୍ମୀ ପରାମାତ୍ମାଙ୍କ ପରାମାତ୍ମାଙ୍କ ପରିଚୟ ଓ ବରିଷ୍ଠ ଭ୍ରାତା ରାଜଯୋଗୀ ସୂର୍ଯ୍ୟନାରାୟଣ ସାହୁ ସଂସ୍ଥାର ପରିଚୟ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟ୍କ୍ରମକୁ ବ୍ରହ୍ମକୁମାରୀ ପିଙ୍କି ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ