ଖରିଫ କୃଷି ନିର୍ଦ୍ଦାରଣ ବୈଠକ , ପ୍ରଧାନମନ୍ତ୍ରୀ ଫସଲ ବୀମା ଦଲାଲଗିରିଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ ) ଗଞ୍ଜାମ ଜିଲ୍ଲାର କେତେକ ଅଞ୍ଚଳରେ ଖଳ ପ୍ରକୃତିର ଲୋକେ ପ୍ରଧାନମନ୍ତ୍ରୀ ଫସଲ ବୀମା ନାମରେ ଦଲାଲଗିରି କରି ଚାଷୀ ମାନଙ୍କୁ ମିଥ୍ୟାବୀମା ପରିଚୟ ପତ୍ର ପ୍ରଦାନ କରି ଅର୍ଥ ଆଦାୟ କରୁଥିବା ପ୍ରଶାସନବ ନଜରକୁ ଆସିଛି । ଏପରି ବ୍ୟକ୍ତିଙ୍କ ନାମରେ ଥାନାରେ ତୁରନ୍ତ ଏତଲା ଦେଇ ଗିରଫ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।ଏଥିସହ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ବ୍ୟାପକ ପ୍ରଚାର ସହ ଚାଷୀଙ୍କୁ କିଭଳି ସମ୍ପୃପ୍ତ କରାଯିବ ସେନେଇ ଆଲୋଚନା କର୍ିଛନ୍ତି । ବୀମା ଏଜେଣ୍ଟମାନେ ପଞ୍ଚାୟତରରାଜ ନର୍ବାଚିତ ପ୍ରତିନିଧିଙ୍କ ସହାୟତାରେ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଏଚ.ଡି.ଏଫ.ସି.ଏର୍ଗୋ କମ୍ପାନୀକୁ ଏକ ଫସଲବୀମା ଦାୟିତ୍ୱ ନ୍ୟସ୍ତ କରାଯାଇଛି । କପା,ଚିନାବାଦାମ, ମକା, ଧାନ, ହରଡ, ମାଣ୍ଡିଆ, ହରଡ ଫସଲ ଉପରେ ଏହି ବୀମା କରାଯାଇଛି । ଜିଲ୍ଲାରେ ଚଳିତ ବର୍ଷ ୩୯ହଜାର ମେଟ୍ରିକ ଟନ ୟୁରିଆ ସାର ଆବଶ୍ୟକ ଏହାର ତୁରନ୍ତ ମହଜୁଦ ରଖିବା ପାଇଁ ଅତିରିକ୍ତ ଜିଲ୍ଲାପାଳ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସାର ଦୋକନୀମାନଙ୍କର ଲାଇସେନ୍ସ ଯାଞ୍ଚ କରିବା ସହ ପ୍ରତ୍ୟେକ ଦୋକାନରେ ସାରର ନିର୍ଦ୍ଦାରିତ ମୁଲ୍ୟ ଓ ଗଚ୍ଛିତ ପରିମାଣ ସ୍ୱତନ୍ତ୍ର କୋର୍ଟରେ ଲିପିବଦ୍ଧ କରିବାକୁ କହିଛନ୍ତି । ଜିଲ୍ଲାରେ ୧୯ଟି ବ୍ଲକ ବନ୍ୟା ଓ ବାତ୍ୟା ପ୍ରବଣ ହୋଇଥିବାରୁ ସେହି ଅନୁଯାଇ ଧାନ ବିହନ ଯୋଗାଇ ଦେବାକୁ ଅତିରିକ୍ତ ଜିଲ୍ଲାପାଳ କହିଥଛନ୍ତି । ଏହାସହ ସେ , ମୃତ୍ତିକା ପରୀକ୍ଷାକୁ ବ୍ୟାପକ କରିବା ଓ ଚାଷୀଙ୍କୁ ରୀତିମତ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି । ଏହି ବୈଠକରେ କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା , ଲିଡ ବ୍ୟାଙ୍କ ମ୍ୟାନେଜର ସୁରେନ୍ଦ୍ର କୁôମାର ଚୌଧୁରୀ, ସମବାୟ ଉପନିବନ୍ଧକ ସୁଶାନ୍ତ ପଣ୍ଡା , ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦିଗମ୍ବର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ