କ୍ଵାରେଣ୍ଟଇନ ଅବ୍ୟବସ୍ଥାକୁ ନେଇ ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କୁ ସାକ୍ଷାତ

ଯାଜପୁର,(ଓ୍ବାଇଏନ୍ଏସ୍):ସାରା ପୃଥିବୀରେ କରୋନା ମହାମାରୀ ର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସଂକ୍ରମଣରୁ ଦୁରରେ ରହିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷୋପ ଗ୍ରହଣ କରିଛନ୍ତି. ବିଶେଷକରି ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ପ୍ରଣୟନ କରାଯିବା ସହିତ ଓଡିଶାର ସମସ୍ତ ସରପଞ୍ଚମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ସେମାନେ ପଞ୍ଚାୟତ ମାନଙ୍କରେ ଥିବା ସ୍କୁଲ ଗୃହ ଗୁଡିକରେ ସଂଘରୋଧ କେନ୍ଦ୍ର ଖେଲିବା ପାଇଁ ଦାୟିତ୍ୱ ଦେଇଛନ୍ତି । ହେଲେ ଉକ୍ତ ସଂଘରୋଧ କେନ୍ଦ୍ର ଗୁଡିକର ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବାପରେ ଜିଲ୍ଲା କଂଗ୍ରେସର ଯାଜପୁର ବିଧାନସଭା ପାର୍ଥୀ ସନ୍ତୋଷ ନନ୍ଦଙ୍କ ଆବାହକତ୍ଵରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳକୁ ସାକ୍ଷ୍ୟାତ କରି ପ୍ରତ୍ୟେକ କ୍ଵାରେଣ୍ଟାଇନ ସେଣ୍ଟରର ଭିତ୍ତିଭୂମି ଓ ନିୟମାବଳି ଅନୁଯାୟୀ ସମସ୍ତ ଦିଗ ଉପରେ ଗୁରତ୍ତ୍ଵ ଦିଆଯାଇ କ୍ଵାରେଣ୍ଟାଇନ କେନ୍ଦ୍ର ପ୍ରସ୍ତୁତ ହେବା ସହିତ ଉଚ୍ଚମାନର ଖାଦ୍ୟ ପ୍ରଦାନ ଓ ସ୍ଵଛତା ଉପରେ ଗୁରତ୍ତ୍ଵ, ପ୍ରତ୍ୟକ ଅଣରେସନ କାର୍ଡଧାରିଙ୍କୁ ରେସନ ସାମଗ୍ରି ଯୋଗାଇଦେବା, ବିଭିନ୍ନ ସଂଘରୋଧ କେନ୍ଦ୍ରକୁ ଜାଞ୍ଚ କରାଯିବା ସଙ୍ଗେସଙ୍ଗେ ଦାୟିତ୍ୱରେ ଖିଲାପକାରୀ ମାନଙ୍କର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଫତେପୁର ଗ୍ରାମ ପଞ୍ଚାୟତ ବରୁଣେଇ ଉଚ୍ଚବିଦ୍ୟାଳୟର ସଂଘରୋଧ କେନ୍ଦ୍ର ସଂପର୍କରେ ତଦନ୍ତ ସହିତ ପ୍ରତ୍ୟକ କଣ୍ଟେନମେଣ୍ଟ ଅଞ୍ଚଳକୁ ସାନିଟାଇଜ ଓ ଜନଗହଳି ସ୍ଥାନ,ମେଡିକାଲ ସ୍ଥାନକୁ ପ୍ରତ୍ୟକ ୨ଦିନ ଅନ୍ତରରେ ସାନିଟାଇଜ୍‌ କରିବାପାଇଁ ଦାବି ରଖିଥିଲେ । ଜିଲ୍ଲାପାଳ ସମସ୍ତ ପ୍ରକାରର ଅବବସ୍ଥାକୁ ଗୁରୁତ୍ଵର ସହିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ.ଏହି ପ୍ରତିନିଧିମାନଙ୍କ ମଧ୍ୟରୁ ଜିଲ୍ଲା କଂଗ୍ରେସର ସଭାପତି ମନୋଜ ରାଉତ ,ବରି ବିଧାନସଭା ପାର୍ଥୀ ଉମେଶ ଜେନା, ବିଂଝାରପୁର ବିଧାନସଭା ପାର୍ଥୀ ମନୋରଞ୍ଜନ ଦାସ, ଦଳିତ ସେଲ ସଭାପତି ଦୁଯୌଧନ ବେହେରା , ଜିଲ୍ଲା କାର୍ଯ୍ୟକାରୀଣି ସଭାପତି ବଳଭଦ୍ର ଦାସ, ପ୍ରମୁଖ ସାକ୍ଷାତ ଆଲୋଚନାରେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ