ରାକ୍ଷୀରେ ବାନ୍ଧିଲେ ସ୍ନେହର ସମ୍ପର୍କ, କର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ବବିତା

ବିଂଝାରପୁର, (ପ୍ରଦୀପ କୁମାର ମଲ୍ଲିକ): ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରଠାରେ ଥିବା ବିଜେପି କାର୍ଯ୍ୟାଳୟରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ବିଜେପି ନେତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ବବିତା ମଲ୍ଲିକ ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ଭାଇ-ଭଉଣୀର ପବିତ୍ର ସମ୍ପର୍କ, ସ୍ନେହ, ଆସ୍ଥା ଓ ଭାଇଚାରାର ବାର୍ତ୍ତା ପ୍ରତିଫଳିତ ହୋଇଥିଲା।କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ଯୋଗଦେଇ ରକ୍ଷାବନ୍ଧନର ଆନନ୍ଦ ଉପଭୋଗ କରିଥିଲେ। ବିଂଝାରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ବିଭିନ୍ନ ମଣ୍ଡଳର କର୍ମକର୍ତ୍ତା ଓ ଦଳୀୟ ନେତାମାନେ ଏଥିରେ ସାମିଲ ହୋଇଥିଲେ। ବରିଷ୍ଠ ବିଜେପି ନେତା ତଥା ମଣ୍ଡଳ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ବେଉରିଆ, ପୁରୁଷୋତ୍ତମ ବେହେରା, ରବୀନ୍ଦ୍ର ପଣ୍ଡା, ଦେବେନ୍ଦ୍ର ମଲ୍ଲିକ, ଶ୍ରୀଧର ଜେନା, ଶିବ ପ୍ରସାଦ ଧଳ, ମଞ୍ଜୁଲତା ପଣ୍ଡା, ନମିତା ନାୟକ, ମାମୀନା ରାୟ ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଶ୍ରୀମତୀ ବବିତା ମଲ୍ଲିକ କହିଥିଲେ ଯେ, ରକ୍ଷାବନ୍ଧନ କେବଳ ଭାଇ-ଭଉଣୀଙ୍କ ପର୍ବ ନୁହେଁ, ଏହା ପରସ୍ପର ମଧ୍ୟରେ ସ୍ନେହ, ସୁରକ୍ଷା, ବିଶ୍ୱାସ ଓ ସମ୍ମାନର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ। ଦଳର କର୍ମୀ ଓ କର୍ମକର୍ତ୍ତାମାନେ ପରିବାର ସଦସ୍ୟଙ୍କ ଭଳି ଏକତା ଓ ସମନ୍ୱୟର ସହିତ ଆଗକୁ ବଢ଼ି ସମାଜର ହିତ ପାଇଁ କାର୍ଯ୍ୟ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।ବରିଷ୍ଠ ବିଜେପି ନେତା ତଥା ମଣ୍ଡଳ ସଂଯୋଜକ ଶ୍ରୀଯୁକ୍ତ  ନିରଞ୍ଜନ ବେଉରିଆ ମଧ୍ୟ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇବା ସହ ଏଭଳି କାର୍ଯ୍ୟକ୍ରମ ଦଳୀୟ କର୍ମୀଙ୍କ ମଧ୍ୟରେ ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାକୁ ଅଧିକ ସୁଦୃଢ଼ କରିଥାଏ ବୋଲି କହିଥିଲେ। ସମସ୍ତେ ମିଳିମିଶି ସମାଜର ସେବା ଓ ଲୋକଙ୍କ ହିତ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।ରାକ୍ଷୀ ବାନ୍ଧିବା ସମୟରେ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଏକତା, ସ୍ନେହ ଓ ସମ୍ପର୍କର ଏହି ପବିତ୍ର ପର୍ବକୁ ସମସ୍ତେ ଆନନ୍ଦର ସହ ପାଳନ କରିଥିଲେ। ସିଂହପୁର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ରକ୍ଷାବନ୍ଧନ ଉତ୍ସବ ଦଳୀୟ ଏକତା ଓ ଭାଇଚାରାର ଏକ ସୁନ୍ଦର ଉଦାହରଣ ପାଲଟିଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ