ବିନା କାର୍ଡ ଓ ରେସନରୁ ବଂଚିତ ପିଡିତଙ୍କୁ ସାରସକଣା ବିଧାୟକଙ୍କ ରେସନ କିଟ ସହାୟତା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମହାମାରୀ ‘କରୋନା’ ପାଇଁ ଲକ୍ ଡାଉନ୍ ଯାହାଫଳରେ ଅଖ,ଚକ, କାମଧନ୍ଦା, ଜୀବିକା ସବୁ ଠପ୍ ।ଜୀବନ ଜୀଇ୍ଁବା ବିପନ୍ନ ।ଏହାର ପ୍ରଭାବ ପଡିଛି ଖୁଦ୍ ଶ୍ରମିକ,ଦିନ ମଜୁରିଆ,କୃଷକ, ଭୂମିହୀନ,ଅସହାୟ,ଅକ୍ଷମ,ଉପରେ।ଯେଉଁମାନେ ଓଳିଏ ଖାଇଲେ ଓଳିଏ ଉପବାସ ରହନ୍ତି । ସରକାରଙ୍କ ଯୋଜନା ବଡ଼ବଡ଼ିଆ ବ୍ଲକ କର୍ମଚାରୀ, ଦୁର୍ନୀତି ଗ୍ରସ୍ତ ଜନପ୍ରତିନିଧି ଯାହାଙ୍କ ଯୋଗୁଁ ଏମାନେ ଭତ୍ତା କାର୍ଡ,ବାସ ପାଇଁ ୪ଡେସିମିଲ ଜାଗା ଖଣ୍ଡେ,ବାସ ପାଇଁ ବିଜୁ ପକ୍କାଘର ଖଣ୍ଡେ ସ୍ବପ୍ନ ହୋଇଥାଏ । ଏମାନଙ୍କର ସ୍ବର ଭୁବନେଶ୍ୱର ପହଞ୍ଚେ ନାହିଁ ।ଏହି ଭଳି ନିରାଶ୍ରୟଙ୍କ ପାଖରେ ଛିଡ଼ା ହୋଇଛନ୍ତି ସାରସକଣା ନିର୍ବାଚନ ମଣ୍ଡଳୀ ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ ।ମୟୂରଭଂଜ ଜିଲ୍ଲାର ସବୁଠାରୁ ପଛୁଆ ୮୦ପ୍ରତିଶତ ଆଦିବାସୀ ଅଧ୍ୟୁଷିତ ବିଜାତଳା ବ୍ଲକର ଦୁର୍ଗମ ବଣ, ଜଙ୍ଗଲ, ନଦୀ, ନାଳ ଘେରା ଲୁହାଶିଳା,ସରଗଡା ଓ ଚଢ଼େଇ ପାହାଡି ପଞ୍ଚାୟତ ଗସ୍ତରେ ଆସି ସାରସକଣା ବିଧାୟକ ଡାକ୍ତର ବୁଢାନ ମୁର୍ମୁ ବିନା କାର୍ଡ ଧାରୀ ପିଡିତଙ୍କୁ ପାଇଁ ଯେଉଁମାନେ ସରକାରୀ ରେସନରୁ ବଂଚିତ ହୋଇଥିବା ୫୦ରୁ ଉର୍ଦ୍ଧ୍ବଙ୍କୁ ଚାଉଳ,ଚୁଡ଼ା,ଡାଲି,ଚିନି,ସାବୁନ୍ ଏକ ରେସନ କିଟ ପ୍ରଦାନ କରିଥିଲେ । ବିଧାୟକଙ୍କ ସହ ବିଜାତଳା ବ୍ଲକର ଦୁଇ ସମାଜସେବୀ ଅମଦ ମହାନ୍ତ ଏବଂ ସରୋଜ ମହାନ୍ତ ଉପସ୍ଥିତ ଥିଲେ । ଭୋକ ଶୋକରେ ଛଟପଟ ହେଉଥିବା ପିଡିତ ପରିବାରର ଲୋକେ କୋହଭରା ଛଳ ଛଳ ଆଖିରେ ହଠାତ୍ ଜୀବନ ପାଇବା ଭଳି ଆତ୍ମସନ୍ତୋଷ ସହିତ ନେଇ ଥିଲେ ଓ ବିଧାୟକଙ୍କୁ ଆଶୀର୍ବାଦ ଦେଇଥିଲେ ।ରେସନ ସାମଗ୍ରୀ କମ୍ ହୋଇଥାଇପାରେ ହେଲେ ଅରକ୍ଷିତଙ୍କୁ ଦଇବ ସାହା ଭଳି ଏହା ଯେ କିଛି ଦିନ ଭୋକକୁ ନିଶ୍ଚିତ ଟାଳି ଦେବ! ଡାକ୍ତର ବିଧାୟକଙ୍କ ଏଭଳି ବିପଦ ସମୟରେ ଦେଵତୁଲ୍ୟ ହେଲାଭଳି କ୍ଷୁଧାର୍ଥୀଙ୍କୁ ସହାୟତାର ହାତ ବଢ଼ାଇବା କାର୍ଯ୍ୟ


