ଗଛକୁ ପିଟିଲା ମିନି କଣ୍ଟେନର, ଡ୍ରାଇଭର ଗୁରୁତର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର କୁର୍ତ୍ତମଗଡ଼ ପନ୍ଦରମାଇଲ୍ ନିକଟରେ ମିନି କଣ୍ଟେନର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ବ୍ରହ୍ମପୁରରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ପନ୍ଦର ମାଇଲ୍ ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଛି ମିନି କଣ୍ଟେନର । ଗାଡ଼ିର ଆଗପଟ ଗଛରେ ଧକ୍କା ଦେବା ଫଳରେ ଗାଡ଼ି ଭିତରେ ଚାପିହୋଇ ରହିଯାଇଥିଲେ ଡ୍ରାଇଭର କ୍ଷ ଖବରପାଇ ତୁମୁଡ଼ିବନ୍ଧ ଅଗ୍ନିଶମ କର୍ମଚାରୀ ଓ ପୋଲିସ୍ ଘଟଣାସ୍ଥଳରେ ପହଁଚି ଗ୍ୟାସ୍ କଟର ସାହାଯ୍ୟରେ ଗାଡ଼ିକୁ କାଟି ଡ୍ରାଇଭର୍ କୁ ଗାଡ଼ି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ପ୍ରଥମେ ଡ୍ରାଇଭର ତ୍ରିଲୋଚନ ମହାପାତ୍ର(୨୨)କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।