ହୁତ ହୁତ ହୋଇ ଜଳିଲା ସମଲେଶ୍ୱରୀ ଏକ୍ସପ୍ରେସର ୨ ଇଞ୍ଜିନ ,ରେଲୱେ ୨ ଷ୍ଟେସନ ମାଷ୍ଟରଙ୍କୁ କଲା ନିଳମ୍ବିତ

ସମଲେଶ୍ୱରୀ ଏକ୍ସପ୍ରେସ ରେଳରେ ଲାଗିଛି ନିଆଁ । ହୁତ ହୁତ ହୋଇ ଜଳୁଛି ଟ୍ରେନ ଇଞ୍ଜିନ । ରାୟଗଡାର ଏକ୍ସପ୍ରେସ ରେଳ ସହ ବିଦ୍ୟୁତ୍ ମେଂଟନାନ୍ସ ଇଞ୍ଜିନ ଧକ୍କା ହେବାରୁ ଟ୍ରେନରେ ଲାଗିଛି ନିଆଁ । ଟ୍ରେନରେ ନିଆଁ ଲାଗିବାରୁ ସେହି ରାସ୍ତା ଦେଇ ଯାତ୍ରା କରୁଥିବା ସମସ୍ତ ଟ୍ରେନ ଗୁଡିକ ଅଟକ ରଖାଯାଇଛି ।ଘଟଣା ସ୍ଥଳରେ ଉଚ୍ଚ ପଦସ୍ତ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜଣେ ଯାତ୍ରୀ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିଥିଲେ ।ଦାଇତ୍ୱରେ ଅବହେଳା ପାଇଁ ୨ ଷ୍ଟେସନ ମାଷ୍ଟରଙ୍କୁ ନିଳମ୍ବିତ କରାଯାଇଛି । ରେଲୱେ ବିଭାଗ ପକ୍ଷରୁ କେଉଟଗୁଡା ଓ ସିଙ୍ଗାପୁର ଷ୍ଟେସନ ମାଷ୍ଟରଙ୍କୁ ନିଳମ୍ବିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ