ରେଡ୍‌ ଜୋନ୍ ହେଲା ଗଞ୍ଜାମ ଜିଲ୍ଲା

ଭୁବନେଶ୍ବର : ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବରେ ଘୋଷଣା କରିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ତ୍ବରିତ ଭାବରେ ବଢୁଥିବାରୁ ସରକାର ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବରେ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଗଞ୍ଜାମରେ ୧୭ ଜଣ ସୁରତ ଫେରନ୍ତା ପଜିଟିଭ୍‌ ଜଣାପଡିଥିଲେ । ସେହିପରି ଭାବରେ ଗତକାଲି ଏବଂ ଆଜି କରୋନା ଛୁଇଁଥିବା ଦୁଇଜିଲ୍ଲା ଜଗତସିଂହପୁର ଏବଂ ମୟୂରଭଞ୍ଜକୁ ଗ୍ରୀନ୍‌ରୁ ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ