ଏଚ୍ଡିଏଫ୍ସି ଇରଗୋ ପକ୍ଷରୁ ଖରିଫ୍ ଋତୁରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଣୟନ

ଏଚ୍ଡିଏଫ୍ସି ଇରଗୋ ଭାରତର ତୃତୀୟ ବୃହତମ ଘରୋଇ ନନ୍-ଲାଇଫ୍ ବୀମା କମ୍ପାନୀ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ୍ ଋତୁରେ ଓଡ଼ିଶାରେ ପ୍ରଣୟନ ପାଇଁ ଯୋଜନା କରାଯାଇଛି । ଏହା ୨୦୧୯ରେ ଖରିଫ ଋତୁରେ ଦେଓଗଡ଼, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର, ଗଞ୍ଜାମ, କଳାହାଣ୍ଡି, ପୁରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଯୋଗାଇ ଦିଆଯିବ । ଏହି ଯୋଜନା ଅନ୍ତର୍ଗତ ଦେଓଗଡ଼ ଜିଲା୍ଲର ଚିନାବାଦାମ, ମକା, ଧାନ, ହରଡ଼ ଆଦିର ସମ୍ ଆସ୍ୟୁରଡ୍ ଯଥାକ୍ରମେ ୫୫୦୦୦ ଟଙ୍କା, ୪୦୦୦୦ଟଙ୍କା, ୬୫୦୦୦ ଟଙ୍କା ଏବଂ ୪୦୦୦୦ଟଙ୍କା ଥିବାବେଳେ ଏଥି ପାଇଁ ହେକ୍ଟର ପିଛା ପ୍ରିମିୟମ୍ ଯଥାକ୍ରମେ ୧୧୦୦ଟଙ୍କା, ୮୦୦ଟଙ୍କା, ୧୩୦୦ଟଙ୍କା ଏବଂ ୮୦୦ଟଙ୍କା ରହିଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଧାନ ପାଇଁ ସମ୍ ଆସ୍ୟୁରଡ୍ ୫୭୫୦୦ଟଙ୍କା ରହିଛି । ଏହାର ହେକ୍ଟର ପିଛା ପ୍ରିମିୟମ୍ ୧୧୫୦ ଟଙ୍କା ରହିଛି । ମୟୂରଭଞ୍ଜ଼ ଜିଲ୍ଲର ମକା, ଧାନ, ହରଡ଼ ଆଦିର ସମ୍ ଆସ୍ୟୁରଡ୍ ଯଥାକ୍ରମେ ୬୪୫୦୦ ଟଙ୍କା, ୬୮୩୫୦ଟଙ୍କା ଏବଂ ୩୪୦୬୨.୫ଟଙ୍କା ଥିବାବେଳେ ଏଥିପାଇଁ ହେକ୍ଟର ପିଛା ପ୍ରିମିୟମ୍ ଯଥାକ୍ରମେ ୧୨୯୦ଟଙ୍କା, ୧୩୬୭ଟଙ୍କା ଏବଂ ୬୮୧.୨୫ଟଙ୍କା ରହିଛି । ନବରଙ୍ଗପୁର଼ ଜିଲ୍ଲାର ଚିନାବାଦାମ୍, ମକା, ଧାନ, ମାଣ୍ଡିଆ, ହରଡ଼ ଆଦିର ସମ୍ ଆସ୍ୟୁରଡ୍ ଯଥାକ୍ରମେ ୫୮୭୫୦ ଟଙ୍କା, ୮୦୨୫୦ଟଙ୍କା, ୭୮୫୦୦ ଟଙ୍କା, ୧୬୦୦୦ଟଙ୍କା ଏବଂ ୨୫୫୦୦ଟଙ୍କା ଥିବାବେଳେ ଏଥି ପାଇଁ ହେକ୍ଟର ପିଛା ପ୍ରିମିୟମ୍ ଯଥାକ୍ରମେ ୧୧୭୫ଟଙ୍କା, ୧୬୦୫ଟଙ୍କା, ୧୫୭୦ଟଙ୍କା, ୩୨୦ଟଙ୍କା ଏବଂ ୫୧୦ଟଙ୍କା ରହିଛି । ଗଞ୍ଜାମ ଜିଲ୍ଲାର କପା, ଚିନାବାଦାମ୍, ମକା, ଧାନ, ମାଣ୍ଡିଆ, ହରଡ଼ ଆଦିର ସମ୍ ଆସ୍ୟୁରଡ୍ ଯଥାକ୍ରମେ ୭୫୦୦୦ ଟଙ୍କା, ୭୦୦୦୦ଟଙ୍କା, ୬୫୦୦୦ ଟଙ୍କା, ୬୫୦୦୦ଟଙ୍କା, ୩୫୦୦୦ ଏବଂ ୩୦୦୦୦ଟଙ୍କା ଥିବାବେଳେ ଏଥି ପାଇଁ ହେକ୍ଟର ପିଛା ପ୍ରିମିୟମ୍ ଯଥାକ୍ରମେ ୩୭୫୦ଟଙ୍କା, ୧୪୦୦ଟଙ୍କା, ୧୩୦୦ଟଙ୍କା, ୧୩୦୦ଟଙ୍କା, ୭୦୦ଟଙ୍କା ଏବଂ ୬୦୦ଟଙ୍କା ରହିଛି । କଳାହାଣ୍ଡି ଜିଲ୍ଲାର କପା, ଚିନାବାଦାମ୍, ମକା, ଧାନ, ମାଣ୍ଡିଆ, ହରଡ଼ ଆଦିର ସମ୍ ଆସ୍ୟୁରଡ୍ ଯଥାକ୍ରମେ ୫୨୭୫୦ ଟଙ୍କା, ୫୨୩୭୫ଟଙ୍କା, ୫୮୭୫୦ ଟଙ୍କା, ୭୭୧୫୦ଟଙ୍କା, ୧୪୦୦୦ଟଙ୍କା ଏବଂ ୩୧୫୦୦ଟଙ୍କା ଥିବାବେଳେ ଏଥିପାଇଁ ହେକ୍ଟର ପିଛା ପ୍ରିମିୟମ୍ ଯଥାକ୍ରମେ ୧୯୭୮.୧୨୫ଟଙ୍କା, ୧୦୪୭.୫ଟଙ୍କା, ୧୧୭୫ଟଙ୍କା, ୧୫୪୩ଟଙ୍କା, ୨୮୦ ଟଙ୍କା ଏବଂ ୬୩୦ଟଙ୍କା ରହିଛି । ପୁରୀ ଜିଲ୍ଲାର ଧାନ ପାଇଁ ସମ୍ ଆସ୍ୟୁରଡ୍ ୬୯୭୫୦ଟଙ୍କା ଥିବାବେଳେ ଏଥି ପାଇଁ ହେକ୍ଟର ପିଛା ପ୍ରିମିୟମ୍୧୩୯୫ ଟଙ୍କା ରହିଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର କପା, ଧାନ ପାଇଁ ସମ୍ ଆସ୍ୟୁରଡ୍ ଯଥାକ୍ରମେ ୭୫୦୦୦ଟଙ୍କା ଏବଂ ୭୦୦୦୦ଟଙ୍କା ଥିବାବେଳେ ଏଥି ପାଇଁ ହେକ୍ଟରପିଛା ପ୍ରିମିୟମ୍ ଯଥାକ୍ରମେ ୧୫୦୦ଟଙ୍କା ଏବଂ ୧୪୦୦ଟଙ୍କା ରହିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମରୁଡ଼ି, ବନ୍ୟା, ଶୁଖା, ଭୂସ୍ଖଳନ, ବାତ୍ୟା, ଘୂର୍ଣ୍ଣିଝଡ଼, କୁଆପଥର ମାଡ଼, ଜଳପ୍ଲାବନ, ରୋଗ, ପୋକ ଆଦିରୁ ଚାଷୀଙ୍କ ଫସଲ ନଷ୍ଟ କ୍ଷେତ୍ରରେ ଲାଗୁ ହୋଇଥାଏ । ସେହିପରି ଫସଲ ଅମଳ କମ୍ କ୍ଷେତ୍ରରେ ଆବଶ୍ୟକ ସୂଚନା ଆଧାରରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଧାନ କରାଯାଇଥାଏ । ଫସଲ ବୀମା ଓଡ଼ିଶା ସରକାରଙ୍କ କୃଷି ବିଭାଗ ଦ୍ୱାରା ଅନୁମୋଦିତ । ସମ୍ପୃକ୍ତ ଜିଲ୍ଲାର ଚାଷୀ ବ୍ୟାଙ୍କ ତଥା କମନ୍ ସର୍ଭର୍ିସ୍ ସେଂଟର ଏହି ବୀମା କରାଇପାରିବେ । ଏହା କୃଷି ବିଭାଗ ୱେବ ସାଇଟ୍ରେ ଉପଲବ୍ଧ ହେଉଛି । ଫସଲବୀମା କଭରର ଅନ୍ତିମ ତାରିଖ ୨୦୧୯ ଜୁଲାଇ ୩୧ ତାରିଖ ରହିଛି । ଏଚ୍ଡିଏଫସି ଇରଗୋ ବିଷୟରେ: ଏଚ୍ଡିଏଫସି ଇରଗୋ ଜେନେରାଲ ବୀମା କମ୍ପାନୀ ଲିମିଟେଡ ଏଚଡିଏଫ୍ସି ଏବଂ ଭାରତର ଅଗ୍ରଣୀ ହାଉସିଂ ଫାଇନାନ୍ସ କମ୍ପାନି ତଥା ଜର୍ମାନୀର ପ୍ରମୁଖ ବୀମା କମ୍ପାନୀ ଇରଗୋ ଅଇଂଟରନ୍ୟାସନାଲ ଏଜି ମିଳିତ ସହଯୋଗରେ ୫୧:୪୯ ଅନୁପାତରେ କାର୍ଯ୍ୟ କରୁଛି । କମ୍ପାନୀର ମୋଟର, ସ୍ୱାସ୍ଥ୍ୟ, ଯାତ୍ରା, ଗୃହ ଓ ବ୍ୟକ୍ତିଗତ ଦୁର୍ଘଟଣା, ସାମୁଦ୍ରିକ ଯାନ କ୍ଷେତ୍ରରେ ବୀମା ଉପଲବ୍ଧ କରାଇଥାଏ । ଏଚଡିଏଫସି ଇରଗୋର ଦେଶରେ ୧୦୬ଟି ସହରରେ ୧୨୨ ଶାଖା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ