ରଥ ନିର୍ମାଣକୁ ଗ୍ରୀନ୍‌ ସିଗନାଲ୍‌ ଦେଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ପୁରୀ ରଥଯାତ୍ରା ନେଇ ସମ୍ଭାବନା ବଢିଛି। ରଥ ଖଳାରେ ରଥ ନିର୍ମାଣକୁ ନେଇ ଅନୁମତି ଦେଇଛି ଗୃହ ମନ୍ତ୍ରାଳୟ। ତେବେ କିଛି ସର୍ତ୍ତ ସହ ରଥ ନିର୍ମାଣକୁ ଅନୁମତି ଦିଆଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ସର୍ତ୍ତ ରହିଛନ୍ତି। ତେବେ ରଥ ନିର୍ମାଣରେ ଲକ୍‌ ଡାଉନ୍‌ ନେଇ ଜାରି ସମସ୍ତ ଗାଇଡଲାଇନ୍‌ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରଥାଯାତ୍ରା ହେବ କି ନାହିଁ ତାହା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେବେ ବୋଲି ଜଣାପଡିଛି। ସେତେବେଳର ଓଡ଼ିଶାର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଏହା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ମନ୍ତ୍ରାଳୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ