ରାଜ୍ୟରେ ଆଉ ୧୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ୧୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ବାକି ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ଠାବ ତିନି ଆକ୍ରାନ୍ତଙ୍କ ଘର ମଞ୍ଚେଶ୍ବର, ଭିଏସଏସ୍‌ ନଗର ଏବଂ ସୁର୍ଯ୍ୟନଗର ହୋଇଥିବା ବେଳେ ବୟସ ଯଥାକ୍ରମେ ୩୬,୩୪ ଓ ୬୭ ରହିଛି । ସେହିପରି ଗଞ୍ଜାମର ୭ ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ ୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ