ଜୁନରେ ଦେଶରେ ବଢ଼ିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩ ହଜାର ଟପି ସାରିଲାଣି । ତେବେ ଜୁନ ଓ ଜୁଲାଇରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଏଭଳି ଆକଳନ କରିଛନ୍ତି ଏମସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । କିନ୍ତୁ ଜୁନ-ଜୁଲାଇ ପରେ ଏହି ସଂଖ୍ୟା ହ୍ରାସ ପାଇବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
ସମ୍ପ୍ରତି କରୋନାର ଟ୍ରେଣ୍ଡ ଦେଖିଲେ ଜୁନ ବେଳକୁ ତାହା ଶୀର୍ଷସ୍ତରରେ ପହଁଚିଯିବ । ତେବେ ଲକଡାଉନ ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ସେ କହିଛନ୍ତି । ଅନ୍ୟ ଦେଶମାନଙ୍କରେ ଯେଉଁଭଳି ଭାବେ କରୋନା ବ୍ୟାପିବାରେ ଲାଗିଛି ଭାରତରେ ସେଭଳି ପରିଦୃଶ୍ୟ ହୋଇନାହିଁ । ତେବେ କେତେଦିନ ପର୍ଯ୍ୟନ୍ତ କରୋନାର ମୁକାବିଲା କରିବାକୁ ପଡ଼ିବ ସେନେଇ କିନ୍ତୁ ସେ କିଛି କହିନାହାନ୍ତି । ଅପରପକ୍ଷରେ ଜୁନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଥିଲେ ମଧ୍ୟ ପରେ ତାହା ଧିରେଧିରେ ହ୍ରାସ ପାଇଯିବ । ସେହିପରି ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯଦି ହଟସ୍ପଟଗୁଡ଼ିକ ଉପରେ ଦୃଷ୍ଟି ରଖଯିବ ତାହେଲେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଗୁଲେରିଆ ପ୍ରକାଶ କରିଛନ୍ତି ।


