ଝିଅର ଡାକ ନାଁ ‘କରୋନା’ ରଖିଲେ ପଶ୍ଚିମବଙ୍ଗ ସାଂସଦ
କୋଲକାତା : ନିଜ ଝିଅର ଡାକ ନାଁ ‘କରୋନା’ ରଖିଛନ୍ତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ଅପରୂପା ପୋଦ୍ଧାର । ନିକଟରେ ତାଙ୍କର ଝିଅଟିଏ ହୋଇଛି। ଅପରୂପା ଓ ତାଙ୍କ ସ୍ୱାମୀ ଝିଅର ଏଭଳି ନାମକରଣ କରିଛନ୍ତି ।
ଅପରୂପା ଦ୍ୱିତୀୟ ଥର ପାଇଁ ସାଂସଦ ହୋଇଛନ୍ତି । କରୋନା ସମୟରେ ତାଙ୍କର ଦ୍ୱିତୀୟ ଶିଶୁ ଜନ୍ମଗ୍ରହଣ କରିଥିବାରୁ ସେ ତାହାର ନାମ କରୋନା ରଖିଛନ୍ତି ବୋଲି ଅପରୂପାଙ୍କ ସ୍ୱାମୀ ମହମ୍ମଦ ଶାକିର ଅଲ୍ଲୀ ପ୍ରକାଶ କରିଛନ୍ତି । ତେବେ ଝିଅର ଭଲ ନାମ ମମତା ବାନାର୍ଜୀ ହିଁ ରଖିବେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବୋଲି ଶାକିର ଅଲ୍ଲୀ କହିଛନ୍ତି । ସୂଚନାଯୋଗ୍ୟଯେ, କରୋନା ସମୟରେ ଜନ୍ମିତ ପିଲାଙ୍କ ନାମ ଲକଡାଉନ, କୋଭିଡ଼, ସାନିଟାଇଜର ରଖାଯାଉଥିବାର ଅନେକ ନଜିର ରହିଛି ।


