ରାସନକାର୍ଡରୁ ବଂଚିତଙ୍କୁ ଖାଉଟିସାମଗ୍ରୀ ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସାମ୍ପ୍ରତିକ ପରିସ୍ଥିତିରେ କରୋନା ବିଶ୍ୱ ମହାମାରୀର ରୂପ ନେଇସାରିଥିବା ବେଳେ ଏଥିରୁ କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ବାଦପଡିନାହିଁ । ଏଭଳି ଦୁର୍ଦ୍ଦିନ ସମୟରେ ଏହି ଜିଲ୍ଲାର ରାସନକାର୍ଡରୁ ବଂଚିତ ହୋଇଥିବା ଗରୀବ ଲୋକମାନଙ୍କୁ ବିନା ରାସନକାର୍ଡରେ ରାସନ ସାମଗ୍ରୀ ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଏହାଦ୍ୱାରା ସେହି ଗରୀବ ଲୋକମାନଙ୍କର ଖାଦ୍ୟଭାବ ସମସ୍ୟା ଦ୍ୱର ହୋଇପାରିବ ବୋଲି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି କହିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା ଓ ଦେବାଶିଷ ଦାସ । ରାସନକାର୍ଡରୁ ବଂଚିତ ଗରୀବ ଲୋକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ରାସନ ସାମଗ୍ରୀ ଯୋଗାଇ ଦେବା ସହ ସେମାନଙ୍କୁ ତୁରନ୍ତ ରାସନକାର୍ଡ ଯୋଗାଇଦେବା ଓ ରାସନକାର୍ଡ ପ୍ରାପ୍ତି କରିଥିବା ପରିବାରରେ ରାସନକାର୍ଡରୁ ବାଦ ପଡିଥିବା ସେହି ପରିବାରର ବ୍ୟକ୍ତି ତଥା ପିଲାମାନଙ୍କ ନାମ ସେହି କାର୍ଡରେ ସଂଯୋଗ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ପ୍ରଦାନ କରିବାକୁ ଦାବି କରିଛନ୍ତି ୯ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଜେନା, ୬ନମ୍ବର ଜୋନର ସଭ୍ୟ ଶ୍ରୀ ଦାସ, ୨୪ନମ୍ବର ଜୋନର ସଭ୍ୟା ସାଗରୀକା ମଲ୍ଲିକ, ୧୫ନମ୍ବର ଜୋନର ନାରଦ ଚନ୍ଦ୍ର ବିଶ୍ୱାଳ ଓ ୧୬ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସ୍ୱପ୍ନାରାଣୀ ଖଣ୍ଡାଇ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ