କେନ୍ଦ୍ରାପଡାର ବନ୍ୟା ବିପନ୍ନଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ ପାଇଁ ଦାବିକଲେ ବିଜେପିନେତ୍ରୀ ସୁଜାତା ବାରିକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଟ ବିଜେପି ନେତ୍ରୀ ସୁଜାତା ବାରିକ ବନ୍ୟା ବିପନ୍ନଙ୍କ ଥାଇଥାନ ଦାବିରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏନେଇ ସେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସେ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, କେନ୍ଦ୍ରାପଡ଼ା ବ୍ଲକ ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚାଞ୍ଚଳର ଲକ୍ଷ ଲକ୍ଷ ଲୋକ ବିପନ୍ନ ହୋଇପଡିଛନ୍ତି। ଅସଂଖ୍ୟ କ୍ଷତିଗ୍ରସ୍ତ ଲୋକମାନଙ୍କ ଘର ବନ୍ୟାରେ ଭାଙ୍ଗିଯାଇଛି। ହଜାର ହଜାର ଚାଷୀଙ୍କ ଧାନ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପନିପରିବା ଚାଷ ସମ୍ପୂର୍ଣ ଉଜୁଡ଼ି ଯାଇଛି। ଛେଳି, ମେଣ୍ଢା, କୁକୁଡ଼ା ଓ ଗୋରୁଗାଈ ମଧ୍ୟ ବିପନ୍ନ ହୋଇପଡିଛନ୍ତି। କୁମ୍ଭୀର ଆକ୍ରମଣ, ସର୍ପାଘାତ ଓ ନଦୀସ୍ରୋତରେ ଲୋକଙ୍କ ଜୀବନ ଯାଇଛି। ଘର ଭାଙ୍ଗିଥିବା ସବୁ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍ଟାଘର ଯୋଗାଣ, କୁମ୍ଭୀର ଆକ୍ରମଣ, ସର୍ପାଘାତ, ବଜ୍ରପାତ ଓ ନଦୀସ୍ରୋତରେ ଭାସିଯାଇ ମୃତାହତଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯାଉ। ଧାନଚାଷ ଉଜୁଡ଼ି ଯାଇଥିବା ଯୋଗୁ ଚଳିତ ସେପ୍େଟମ୍ବର ମାସ ୧ ତାରିଖରୁ ଆଗାମୀ ଖରିଫ ଫସଲ ଅମଳ ହେବା ପର୍ଯ୍ୟନ୍ତ ପ୍ରତି ଚାଷୀଙ୍କୁ ମୁଣ୍ଡପିଛା ଦିନକୁ ୧ କେଜି ଚାଉଳ ଓ ନାବାଳକଙ୍କ ପାଇଁ ଦିନକୁ ୫ଶହଗ୍ରାମ ଚାଉଳ ଯୋଗାଇ ଦିଆଯାଉ। ପ୍ରତି କ୍ଷତିଗ୍ରସ୍ତ ପରିବାରକୁ ଆଗାମୀ ଏକବର୍ଷ ପର୍ଯ୍ୟନ୍ତ ମାସିକ ୨୦୦୦ ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ। ଫସଲ ଉଜୁଡ଼ି ଯାଇଥିବା ଋଷୀଙ୍କୁ ମାଗଣାରେ ପନିପରିବା ମଞ୍ଜି, ସାର, କୀଟନାଶକ ଔଷଧ ପ୍ରଭୃତି ଯୋଗାଇ ଦିଆଯାଉ। ବନ୍ୟାଞ୍ଚଳରେ ସବୁ ଚାଷୀଙ୍କ ଋଣ ଛାଡ଼ କରାଯିବା ସହ ଆଗାମୀ ଚାଷ ପାଇଁ ବିନା ସୁଧରେ ଋଣ ପ୍ରଦାନ କରାଯାଉ। ବହି,ଖାତା, କଲମ ଓ ସ୍କୁଲ ପୋଷାକ ହରାଇଥିବା ଛାତ୍ରଛାତ୍ରୀଙ୍କୁ ନୂଆ ବହି, ଖାତା, କଲମ ପୋଷାକ ଯୋଗାଇ ଦିଆଯାଉ। ବନ୍ୟାଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା କୂଅ, ପୋଖରୀ, ନଳକୂପ,ଉଠା ଜଳସେଚନ ପଏଣ୍ଟର ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରାଯାଉ। ବାରମ୍ବାର ବନ୍ୟାରେ କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ବନ୍ଧବାଡ଼ର ସୁଦୃଢୀକରଣ କରାଯାଉ ବୋଲି ବିଜେପି ନେତ୍ରୀ ôଶୀମତୀ ବାରିକ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସୁବାସ ଚନ୍ଦ୍ର ପାତ୍ର, ତୁଷାର କୁମାର ସାହୁ, ସୁଶାନ୍ତ ଦାସ, ସନ୍ତୋଷ ସ୍ୱାଇଁ ଓ ସନ୍ତୋଷ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଜରିଆରେ ସେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ରିଲିଫ କମିଶନର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ