ଚାରି ଗୋଡ଼ିଆ ଦୌଡ଼ରେ ଗିନିଜ୍ ୱାର୍ଲଡ ରେକର୍ଡ

ଉଷେନ୍ ବୋଲ୍ଟ ପୃଥିବୀର ସବୁଠାରୁ ଦ୍ରୁତଗାମୀ ବ୍ୟକ୍ତି । କିନ୍ତୁ ଜାପାନର କେନିଚି ଇତାଙ୍କୁ ଏବେ ଚାରିଗୋଡରେ ଦୌଡୁଥିବା ସବୁଠାରୁ ଦ୍ରୁତତମ ବ୍ୟକ୍ତି ଭାବେ ଗଣନା କରାଯାଉଛି । ସେ ୧୦୦ ମିଟର ଚାରିଗୋଡିଆ ଦୌଡ ଅର୍ଥାତ୍ ଦୁଇ ଗୋଡ ଓ ହାତ ମିଶାଇ ପ୍ରାଣୀଙ୍କ ଭଳି ଦୌଡି ଗିନିଜ୍ ୱାର୍ଲଡ ରେକର୍ଡ କରିଛନ୍ତି । ଏହି ଦୂରତାକୁ ସେ ୧୬.୮୭ ସେକେଣ୍ଡରେ ଅତିକ୍ରମ କରିଛନ୍ତି । ଟୋକିଓରେ ହୋଇଥିବା ପ୍ରତିଯୋଗିତାରେ ସେ ନିଜର ପୂର୍ବ ରେକର୍ଡକୁ ଭାଙ୍ଗି ଏହି ରେକର୍ଡ କରିଛନ୍ତି । ଆଫ୍ରିକୀୟ ପତାସ ମାଙ୍କଡର ଦୌଡିବା ଶୈଳୀକୁ ଅନୁକରଣ କରି ଇତା ନିଜର ଏହି ଭିନ୍ନ ଶୈଳୀର ଦୌଡିବାର ବିକାଶ କରିଛନ୍ତି । ଏଥିରେ ପାରଙ୍ଗମ ହେବାକୁ ତାଙ୍କୁ ୯ ବର୍ଷ ଲାଗିଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ