ଅଜବ ସ୍ଥାପତ୍ୟର ପାର୍କ

ନ୍ୟୁୟର୍କ, ସାଉଥ୍ ଡକୋଟାରେ ଅଛି ଏକ ଅଜବ ପାର୍କ । ଅନେକ ସ୍ଥାପତ୍ୟ ଭରି ରହିଛି ଏହି ପାର୍କରେ । ଆଉ ସମସ୍ତ ସ୍ଥାପତ୍ୟ ଭିନ୍ନ ଓ ବେଶ୍ ବିଚିତ୍ର । କାରଣ ଏସବୁ ତିଆରି ହୋଛି ସ୍କ୍ରାପ୍ ମେଟାଲ୍, ପୁରୁଣା ଚାଷ ଉପକରଣ ଓ ରେଲରୋଡ ଟାଇପ୍ଲେଟ୍ରେ । ଅଧିକାଂଶ ସ୍ଥାପତ୍ୟ ଇଣ୍ଡଷ୍ଟ୍ରିଆଲ୍ ଆର୍ଟ ଶୈଳୀରେ ନିର୍ମିତ । ପାର୍କର ସବୁଠାରୁ ବଡ଼ ସ୍ଥାପତ୍ୟ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ, ଯାହାକୁ ତିଆରି କରିବା ପାଇଁ ୩ ବର୍ଷ ସମୟ ଲାଗିଥିଲା । ୨୫ ଟନ୍ ହେଉଛି ଏହାର ଓଜନ । ତେବେ ଖାସ୍ କଥା ହେଲା ଉକ୍ତ ପାର୍କ ହାଇୱେ ପାଶ୍ୱର୍ରେ ଅଛି । ତେଣୁ ଏହା ଏକ ସ୍ୱତନ୍ତ୍ର ରୋଡସାଇଡ୍ ଆକର୍ଷଣ ଅଟେ । ୧୦ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ପାର୍କରେ ନାରୀ, ପୁରୁଷ, ମାଛ, ଡ୍ରାଗନ୍, ପକ୍ଷୀ, ପ୍ରଜାପତି ଭଳି ୫୦ରୁ ଊଦ୍ଧ୍ୱର୍ ଅଜବ ସ୍ଥାପତ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ