ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର, ଅବୈଧ କାରବାର ନିରୋଧ ଦିବସ: ନିଶା ଛାଡିଥିବା ୧୦ ଜଣ ସମ୍ବର୍ନ୍ଧିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ବୁଧବାର ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଯାଇଛି । ଏ ନେଇ ପୂର୍ବାହ୍ନରେ ଛତ୍ରପୁର ଉପଜିଲାପାଳଙ୍କ କାର‌୍ୟ୍ୟାଳୟରୁ ଏକ ସଚେତନତା ରାଲି ବାହାରି ସ୍ଥାନୀୟ ସଂସ୍କୃତି ଭବନଠାରେ ପହଞ୍ଚିିଥିଲା । ଏହାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ସଂସ୍କୃତି ଭବନରେ ଆୟୋଜିତ କାର‌୍ୟ୍ୟକ୍ରମରେ ଜିଲାପାଳ ଶ୍ରୀ କୁଲାଙ୍ଗେ ଯୋଗଦେଇ କହିଥିଲେ ଯେ, ନିଶାଠାରୁ ଦୂରେଇ ରହିଲେ ଶରୀର ସୁସ୍ଥ ରହିବ । ଏହି ଅବସରରେ ନିଶା ଛାଡିଥିବା ୧୦ ଜଣଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ଡା. ବିଭୁ କଲ୍ୟାଣ ସାହୁ, ଗଂଜାମ ଅବକାରୀ ଅଧିକ୍ଷୀକ ରାମଚନ୍ଦ୍ର ମିଶ୍ର,ସମର୍ଥ ଅନୁଷ୍ଠାନର ଅଧ୍ୟକ୍ଷ କେ. ଆନନ୍ଦ ରାଓ, ବ୍ରହ୍ମାକୁମାରୀ ଛତ୍ରପୁର କେନ୍ଦ୍ରର ବିଜୟଲକ୍ଷ୍ମୀ ପ୍ରମୁଖ ଯୋଗଦେଇ ନିଶା ଛାଡ଼ି ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ । ସମସ୍ତ କାର‌୍ୟ୍ୟକ୍ରମ କୁ ଜ଼ୀଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ପରିଚାଳନା କରିଥିବାବେଳେ ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡାଙ୍କ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ