କଂଗ୍ରେସ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ପାଇଁ ସରକାର ସାରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି। କୋରନା ସଂକ୍ରମଣ ରୁ ରକ୍ଷା ପାଇଁ ଜନସାଧାରଣ ଙ୍କ ପାଇଁ ମାସ୍କ ବିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ର ବିଭିନ୍ନ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ଗରିବ ଓ ଅସହାୟ ଲୋକ ମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯିବା ସହ କୋରନା ଭୁତାଣୁ ଦାଉରୁ କିପରି ନିଜ କୁ ରକ୍ଷା କରାଯାଇପାରିବ ସେ ନେଇ ସଚେତନ ମଧ୍ୟ କରାଯାଇଛି। ଏହି କାଯ୍ୟକର୍ମ ରେ କଂଗ୍ରେସ ନେତା ଦେବୀ ବିଷୋୟୀ ଙ୍କ ସମେତ ଏକାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ।


