ଜୁଲାଇ ୧୧କୁ ପୁଣି ଘୁଞ୍ଚିଲା ମହାନଦୀ ଶୁଣାଣି

ନୂଆଦିଲ୍ଲୀ: ଜୁଲାଇ ୧୧ ତାରିଖକୁ ପୁଣି ମହାନଦୀ ଶୁଣାଣି ତାରିଖ ଘୁଞ୍ଚିଛି । ମହାନଦୀ ଟ୍ରିବ୍ୟୁନାଲରେ ଜୁଲାଇ ୧୧ ତାରିଖ ଦିନ ୧୧ଟାରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ମେ ୧୬ ତାରିଖ ଦିନ ୧୧ଟାରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଲକଡାଉନ କାରଣରୁ ଉଭୟ ପକ୍ଷର ସହମତିରେ ତାରିଖ ଥରେ ଘୁଞ୍ଚିଥିଲା । କରୋନାଭାଇରସ୍ ମହାମାରୀ ବିସ୍ତାର ଓ ପୁନର୍ବାର ଲକ୍‌ଡାଉନ୍ ବୃଦ୍ଧି କାରଣରୁ ମହାନଦୀ ଜଳ ବିବାଦ ମାମଲା ଶୁଣାଣି ତାରିଖକୁ ଟ୍ରିବ୍ୟୁନାଲ୍ ଶୁକ୍ରବାର ଦିନ ସ୍ଥଗିତ ରଖିଛନ୍ତି। ଏହାଛଡ଼ା ଶୁଣାଣି ତାରିଖ ସ୍ଥଗିତ ରଖିବାକୁ ବିପକ୍ଷ ରାଜ୍ୟମାନଙ୍କ ସମ୍ମତି ସହ ଓଡ଼ିଶା ତରଫରୁ ଓକିଲ କରିଥିବା ଅନୁରୋଧକୁ ମଧ୍ୟ ଟ୍ରିବ୍ୟୁନାଲ୍ ବିଚାରକୁ ନେଇ ଶୁଣାଣି ତାରିଖ ପୁନଃ-ନିର୍ଦ୍ଧାରଣ କରିଥିବା କଥା କୁହାଯାଇଛି। ୨୦୨୦ ଜୁଲାଇ ୧୧ ତାରିଖ ଦିନ ୧୧ଟା ବେଳେ ଏହି ମାମଲା ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା କଥା ଟ୍ରିବ୍ୟୁନାଲ୍ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ