ଫୁଟଫାତରେ ଶୋଇଥିବା ପିଲାଙ୍କ ଉପରକୁ ଚଢିଗଲା କାର , ୨ ନାବାଳକ ମୃତ କାର ଡ୍ରାଇଭରକୁ ପିଟି ପିଟି ମାରିଦେଲେ

ପାଟନା : ବୁଧବାର ବିଳମ୍ବିତ ରାତିରେ ଅଘଟଣ । ଫୁଟଫାତରେ ଶୋଇଥିବା ପିଲାମାନଙ୍କ ଉପରେ କାର ଚଢି ୨ ଜଣ ନାବାଳକ ମୃତୁ ବରଣ କରିଥିବା ବେେ ଳ ଜଣେ ଗୁରୁତର ଆହାତ ହୋଇଛନ୍ତି । ଅନ୍ୟ ପଟେ ଅଂଚଳର ସାଧାରଣ ଜନତା ଉତକ୍ଷିପ୍ତ ହୋଇ ଏମ୍ଯୁଭିର କାର ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରିଥିବା ବେଳେ ତାଙ୍କର ଜଣେ ସହଯୋଗୀ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଆହାତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିୁଥିବା ପାଟନା ଏସପି ସୂଚନା ଦେଇଛନ୍ତି । ଡ୍ରାଇଭରଙ୍କ ଜଣକଙ୍କ ପରିଚୟ ନାୱଡାର ଇା୍ବର ଗ୍ରାମର ସୈାରଭ ଗାଙ୍ଗୁଲି ବୋଲି ଜଣାପଡିଛି । ଗୁରୁତର ହୋଇଥିବା ସୈାରଭଙ୍କ ସାଥି ମନୀଷି କୁମାର ସାହୁ ବୋଲି ଜଣାପଡିଛି । ତାଙ୍କର ଅବସ୍ଥା ସଂଙ୍କଟାପନ୍ନ ରହିଛି । ଦୂର୍ଘଟଣାରେ ରୋହିତ କୁମାର ଏବଂ ହରେନ୍ଦ୍ରକୁମାର ନାମକ ଦୁଇ ଜଣ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ମା ଲଳିତ ମାଞ୍ଝି ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଅ୍ର ବସ୍ଥାରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତିକରାଯାଇଛି । ରାସ୍ତାରୋକ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ