କିପରି ଜାଣିବେ ମିଳିଛି କି ସରକାରୀ ସହାୟତା ?

ନୂଆଦିଲ୍ଲୀ: ଦେଶବ୍ୟାପୀ ଜାରି ରହିଛି ତାଲାବନ୍ଦ କଟକଣା । ଏହି ତାଲାବନ୍ଦ କଟକଣା ବନ୍ଦ ହୋଇଯାଇଛି ବିଭିନ୍ନ ପ୍ରନ୍ତରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ରୋଜଗାର । କାମ ହରାଇ ପେଟକୁ ଦାନା ଯୋଗାଡ କରିବାକୁ ଏବେ ସଂଘର୍ଷ କରବାକୁ ପଡୁଛି । ତେବେ ଏଭଳି ପରିସ୍ଥିତିରେ ଅସହାୟ ଗରିବଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ମିଳୁଛି ଆର୍ଥିକ ସହାୟତା ।କେନ୍ଦ୍ର ସରକାରଙ୍କ ଜନଧନ ଯୋଜନାରେ ଏବେ ଗରିବ ଅସହାୟଙ୍କୁ ମିଳୁଛି ଆର୍ଥିକ ସହାୟତା । ଗତମାସ ଏହି ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ଶହ ଟଙ୍କା ଆସିଥିବା ବେଳେ ଏବେ ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିବା ଆରମ୍ଭ ହୋଇଯାଇଛି । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଂଟକୁ ଏହି ଟଙ୍କା ଆସିଛି କି ନାହିଁ ତାହା ଜାଣିବାକୁ ଚାହୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ କୌଣସି ବ୍ୟାଙ୍କକୁ ଯିବାକୁ ପଡିବନି ବରଂ ଘରେ ବସି ମୋବାଇଲରୁ ହିଁ ଜାଣିପାରିବେ ଆପଣଙ୍କ ଖାତାକୁ ଟଙ୍କା ଆସିଛି କି ନାହିଁ । ଯଦି ଆପଣଙ୍କ ଜନଧନ ଆକାଉଂଟ ରହିଛି ତେବେ ଆପଣ ବ୍ୟାଙ୍କର ହେଲପନାଇଲ ନମ୍ବରରକୁ ଗୋଟିଏ ମିସ୍ କଲ କରି ଜାଣିପାରିବେ କି ଆପଣଙ୍କ ଖାତାରେ ଟଙ୍କା ଜମା ହୋଇଛି କି ନାହିଁ । ହେଲେ ଏଥିପାଇଁ ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଂଟ ସହ ରେଜିଷ୍ଟର୍ଡ ତଥା ଲିଙ୍କ ହୋଇଥିବା ଜରୁରୀ । ଯଦି ଆପଣଙ୍କର ଏସିବିଆଇରେ ଖାତା ରହିଛି ତେବେ ଆପଣ ଏସବିଆଇର କଷ୍ଟମର କେୟାର ନମ୍ବର ୧୮୦୦୪୨୫୩୮୦୦ ଏବଂ ୧୮୦୦୧୧୨୨୧୧ରେ କଲ କରନ୍ତୁ । ଏହାପରେ ଭାଷା ଚୟନ କରନ୍ତୁ । ଏହାପରେ ରେଜିଷ୍ଟର୍ଡ ନମ୍ବର ପାଇଁ ୧ ଚୟନ କରନ୍ତୁ । ତେବେ ବାଲାନ୍ସ ଓ ଶେଷ ୫ ଥର କରିଥିବା ଟ୍ରାନଜାକସନ ଜାଣିବା ପାଇଁ ୧ ଦବାନ୍ତୁ । ଏହାଛଡା ଭାରତୀୟ ଷ୍ଟେଟ ବ୍ୟାଙ୍କର ଖାତାଧାରକ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ୯ ୨୨୩୭୬୬୬୬୬ରେ କଲ କରି ମଧ୍ୟ ଜାଣିପାରିବେ । ଖାତାଧାରାକଙ୍କୁ ରେଜଷ୍ଟେନ ପାଇଁ ୦୯୨୨୩୪୮୮୮୮୮ରେ ଏକ ମେସେଜ କରିବାକୁ ହେବ । ଏହି ମେସେଜରେ ଆରଇଜି ଆକାଉଂଟ ନମ୍ବର ଲେଖି ପଠାଇ ଦିଅନ୍ତୁ ।ଯଦି ଆପଣଙ୍କର ।କାଉଂଟ ନମ୍ବର ୧୨୩୪୫୪୩୨୪୫୬ ରହିଛି ତେବେ ଆପଣଙ୍କୁ ଆରଇଡି ୧୨୩୪୫୪୩୨୪୫୬ ଲେଖି ପଠାଇ ଦିଅନ୍ତୁ । ଏହାପରେ ଆପଣଙ୍କୁ କଫର୍ମେସନ ମେସେଜ ମିଳିବ । ଏହାପରେ ଆପଣ ଖାତାରେ କେତେ ବାଲାନ୍ସ ରହିଛି ତାହା ଜାଣିପାରିବେ । ଏହାହବତୀତ ଏସବିଆଇ କ୍ୱିକ ଆପ ଆଉନଲୋଡ କରି ମଧ୍ୟ ଏସଂପର୍କିତ ତଥ୍ୟ ପାଇପାରିବେ । ବିନା ଇଂଟରନେଟରେରେ ଏହି ଆପ ବ୍ୟବହାର କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ