ମହାରାଷ୍ଟ୍ରରେ କମ୍ପାନୀରେ ଚାକିରୀ କରୁଥିବା ପୁଅକୁ ଫେରାଇ ଅଣାଯିବାକୁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବଗଡା ଗ୍ରାମର ବିଜୟ କୁମାର ବେହେରା ଶନିବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ନିବେଦନ କରିଛନ୍ତି ଯେ ତାଙ୍କର ଏକମାତ୍ର ପୁଅ ହିମାଂଶୁ ଶେଖର ବେହେରା ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦସ୍ଥିତ ଏକ ଘରୋଇ କମ୍ପାନୀରେ କର୍ମଚାରୀ ଭାବେ କାର୍ଯ୍ୟ କରିଥାନ୍ତି । ବର୍ତ୍ତମାନ ତାଙ୍କ ପୁଅ ସେଠାରେ କୋଭିଡ-୧୯ ଲକଡାଉନ ଯୋଗୁଁ ବହୁ କଷ୍ଟରେ ଅଛନ୍ତି । ସେଠାରେ ପୁଅକୁ କୈାଣସି ସରକାରୀ ସହାୟତା ମିଳିନଥିବା ବେଳେ ସେ ଖାଇବା ପିଇବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛି । ତାଙ୍କ ପୁଅ ସେଠାରେ ଘରକୁ ଫେରିବାକୁ ପଞ୍ଜିକରଣ କରିଥିବା ବେଳେ ତାଙ୍କ ବାପା ବିଜୟ ମଧ୍ୟ ବଗଡା ପଂଚାୟତରେ ପଞ୍ଜିକରଣ କରିଛନ୍ତି । ତେଣୁ ତାଙ୍କର ଏକମାତ୍ର ପୁଅକୁ ଗ୍ରାମକୁ ଫେରାଇ ଆଣିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ