ଲକ୍‌ଡାଉନରେ ରୋଜଗାର ଦେଉଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଲକ୍‌ଡାଉନ ପରେ କାମଧନ୍ଦା ବନ୍ଦ ଯୋଗୁ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ବେଶି ପ୍ରଭାବିତ ହୋଇଛନ୍ତି। ମାତ୍ର ନିୟମ କୋହଳ କରି ଏବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ଆରମ୍ଭ ହୋଇଛି। ଯାହାକି ଶ୍ରମିକ ଓ ଦିନ ମଜୁରିଆଙ୍କୁ ଆଶ୍ୱସ୍ତ ଆଣିଦେଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ପଞ୍ଚାୟତରେ ୧୨,୮୯୭ ଶ୍ରମିକ ଏହି ଯୋଜନାରେ କାମ କରୁଛନ୍ତି। ଏଯାଏ ମୋଟ ୩୩, ୫୩୯ ଶ୍ରମ ଦିବସ ସୃଷ୍ଟି ହେବାସହ ୧ କୋଟି ୮ଲକ୍ଷ ୬୮ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି। ଲକ୍‌ଡାଉନ କୋହଳ ପରେ ଲୋକଙ୍କ ମଧ୍ୟରେ ଏହି ଯୋଜନାରେ କାର୍ଯ୍ୟକରିବା ପାଇଁ ଆଗ୍ରହ ବୃଦ୍ଧି ପାଉଛି। କରୋନା ଭଳି ମହାବିପତ୍ତି ସମୟରେ ଏବେ ଶ୍ରମିକଙ୍କୁ ରୋଜଗାର ଦେଉଛି ଏମ୍‌ଜିଏଡ଼୍‌ଆର୍‌ଇଜିଏସ୍‌। ଗାଁ ଗାଁରେ ଏହି ଯୋଜନାରେ ପୋଖରୀ, କୁଅ, ରାସ୍ତା ସମେତ ଚାଷ ଜମିର ଉନ୍ନତି କରଣ କରାଯାଇଛି। କାର୍ଯ୍ୟସ୍ଥଳରେ ସାମଜିକ ଦୂରତ୍ୱ ସହ ସାବୁନରେ ହାତ ଧୋଇବା ବ୍ୟବସ୍ଥା ହୋଇଛି।ଦନେକବାଡ଼ି ପଞ୍ଚାୟତରେ ମହିଳା ସରପଞ୍ଚ ସୁଜାତା ପଡ୍ରାଙ୍କ ଉଦ୍ୟମରେ ଏବଂ ଏପିଓ ମୁଜିବର ରେହେମାନ ମଲ୍ଲିକଙ୍କ ନେତୃତ୍ୱରେ ଗ୍ରାମରୋଜଗାର ସେବିକା ଝୁଲିଲତା ସାହୁଙ୍କ ତତ୍ୱବାଧାବନରେ ଅଞ୍ଚଳରେ ଏହି କାର୍ଯ୍ୟ ତ୍ୱରାନ୍ନିତ କରାଯାଇଛି। ସପ୍ତାହକୁ ଥରେ ସେମାନଙ୍କ ମଜୁରୀ ପ୍ରଦାନ ବ୍ୟବସ୍ଥା କରାଯାଇଛି ବୋଲି ଏପିଓ ମଲ୍ଲିକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ