ଗଞ୍ଜାମ ଜିଲ୍ଲାରେ ହେବ ଆଉ ୪ଟି କୋଭିଡ଼ ହସ୍ପିଟାଲ୍
ବ୍ରହ୍ମପୁର, (ୱାଇଏନ୍ଏସ୍): କିଛି ଦିନ ପୂର୍ବରୁ କରୋନାମୁକ୍ତ ବା ଗ୍ରୀନ୍ ଜୋନ୍ରେ ଥିବା ଗଞ୍ଜାମ ଜିଲ୍ଲା ଏବେ ପାଲଟିଛି କରୋନା ଆକ୍ରାନ୍ତଙ୍କ ଗନ୍ତାଘର । ଗୋଟିଏ ସପ୍ତାହକ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ଛୁଇଁଥିବା ବେଳେ ଏହା ଥମିବାର ର୍ନା ନେଉ ନାହିଁ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ସୁରାଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ବେଶି ରହିଛି । ତେବେ ଆଗକୁ ଏହି ସଂଖ୍ୟା ବଢ଼ିବା ସହ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ଆଉ ୪ଟି କୋଭିଡ଼ ହସ୍ପିଟାଲ୍ ନିର୍ମାଣ ହେବ । ଏହି ୪ଟି କୋଭିଡ଼ ହସ୍ପିଟାଲ୍ରେ ୪୭୦ଟି ଶର୍ଯ୍ୟା ରହିବ ବୋଲି ଜଣାପଡିଛି । ଏହି ୪ଟି ସ୍ଥାନ ଗୁଡିକ ହେଲା ହିଞ୍ଜିଳିକାଟୁ, ପାରଳା ମହାରାଜା ଇଞ୍ଜିନୟରିଂକଲେଜ ସମତେ ସାଇନ୍ସ କଲେଜ ଛତ୍ରପୁର ଓ ଭଞ୍ଜନଗର ଛାତ୍ରୀ ନିବାସ ରେ କୋଭିଡ଼ ହସ୍ପିଟାଲ୍ ଖୋଲାଯିବାର ନିଷ୍ପତି ହୋଇଛି । ବର୍ତମାନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ଥିବା ବେଳେ ଗଞ୍ଜାମ ଜିଲ୍ଲରେ ଜଣେ କରୋନାରେ ମୃତ୍ୟୁବରଣ କରିଥିବା ଜଣାପଡିଛି ।


