ମାଣିତରା ଗ୍ରାମ ପଞ୍ଚାୟତରେ ରାଜ୍ୟ ଏସଆରସି ଟିମ

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତରେ ଗତ ମଇ ୮ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସଟ ଡାଉନ ଘୋଷଣା କରିଥିବା ପ୍ରରିପେକ୍ଷିରେ ଓଡିଶା ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ଦୁଇ ଜଣିଆ ଏସ.ଆର.ସି. ଟିମରେ ସୌମ୍ୟ ବାବୁ ଓ ବିଘ୍ନେଶ୍ୱର ବାବୁ ମଇ ୧୦ ତାରିଖ ଦିନ ମାଣିତରା ପଞ୍ଚାୟତକୁ ଆସି ସରପଞ୍ଚ ଶାନ୍ତିଲତା ନାୟକଙ୍କ ସହ ଆଲୋଚନା କରି ଫେରିଛନ୍ତି। କେଉଁ ପରିସ୍ଥିତିରେ ସରପଞ୍ଚ ନିଜ ପଞ୍ଚାୟତରେ ସଟ ଡାଉନ ଘୋଷଣା କରିଥିଲେ ପଚାରି ବୁଝିବା ସହ କେତେ ସଫଳତା ହୋଇ ପାରିଛି ଅନୁଧ୍ୟାନ କରିଥିଲେ। ପାହାଡ଼ ଜଙ୍ଗଲ ପରିବେଷ୍ଟିତ ନିହାତି ପଲ୍ଲୀ ଅଞ୍ଚଳର ଜଣେ ମହିଳା ସରପଞ୍ଚ କରୋନା ମହମାରୀକୁ ପ୍ରତିରୋଧ ପାଇଁ ନିଜ ପଞ୍ଚାୟତରେ ସଟ ଡାଉନ ଘୋଷଣା କରି ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଜଣ ସାଧାରଣଙ୍କ ପ୍ରିୟ ଭାଜନ ହୋଇ ପାରିଥିବା ଟିମ ଅନୁଭବ କରିଥିଲେ। ମା ଯେପରି ନିଜର ପିଲାମାନଙ୍କୁ ପଣତ କାନିରେ ଘୋଡାଇ ସୁରକ୍ଷା ଦେଇଥାଏ, ସେହିପରି ମାଣିତରା ସରପଞ୍ଚ ସଟ ଡାଉନ ରୂପକ ପଣତ କାନିରେ ନିଜ ପଞ୍ଚାୟତର ଜନସାଧାରଣଙ୍କୁ କରୋନା ମହମାରୀରୁ ସୁରକ୍ଷା ଦେବାକୁ ପ୍ରୟାସ ଜାରି ରଖିଛନ୍ତି। ପଞ୍ଚାୟତର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମ୍ପୂର୍ଣ୍ଣ ପାଚେରୀ ନଥିବା ଯୋଗୁଁ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆଙ୍କ ସମ୍ପର୍କୀୟ ମାନେ ଅବାଧରେ ମିଶି ପାରୁଥିବା ଓ ସଙ୍ଗରୋଧରେ ଥିବା ବ୍ୟକ୍ତିମାନେ ମଧ୍ୟ ଲୁଚିକରି ବାହାରକୁ ଆସି ଦୋକାନୀଙ୍କ ଠାରୁ ମାଦକ ଦ୍ରବ୍ୟ ଖଇନି ,ପାନ, ସିଗାରେଟ ପ୍ରଭୃତି କ୍ରୟ କରୁଥିବା ନଜରକୁ ଆସିବା ପରେ ମାଣିତରା ପଞ୍ଚାୟତରେ କରୋନା ମହମାରୀକୁ ରୋକିବା ପାଇଁ ସଟ ଡାଉନ ଘୋଷଣା କରାଯାଇଥିବା ୭୫ ବର୍ଷ ବୟସ୍କା ସରପଞ୍ଚ ଶାନ୍ତିଲତା ନାୟକ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏସ.ଆର.ସି. ଟିମ ମଧ୍ୟ ଅପରାହ୍ନ ସମୟରେ ଦେଖିଲେଯେ ମାଣିତରା ଗ୍ରାମରେ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ଥିବା ବେଳେ କାଁ ଭାଁ ଜଣେ ଦୁଇଜଣ ମାସ୍କ ପିନ୍ଧି ଯାଉଥିବା ଦେଖିଥିଲେ। ଏହି ଟିମ ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ପ୍ରଦାନ କରିବେ ବୋଲି ପ୍ରକାଶ କରିବା ସହ ବିଭିନ୍ନ ସ୍ଥାନର ଫୋଟ ଉଠାଇବା ସହ ଲୋକଙ୍କ ଠାରୁ ଭିଡ଼ିଓ ମାଧ୍ୟମରେ ମତାମତ ନେଉଥିବା ଦେଖା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ