ଗଞ୍ଜାମ କରୋନାରେ ମୃତ ପ୍ରଫୁଲଙ୍କ ପରିବାରକୁ ବିଧାୟକଙ୍କ ସହାୟତା

ପୋଲସରା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ପୋଲସରା ବ୍ଲକ ମଧୂପଲ୍ଲୀ ପଞ୍ଚାୟତର ମାଟିଆସହି ଗ୍ରାମର ପ୍ରଫୁଲ ବେହେରା( ୪୫ ) ବୋଲି ଜଣା ପଡ଼ିଛି। ସୁରାଟ ଫେରନ୍ତା ପ୍ରଫୁଲ ମଇ ୬ ତାରିଖ ଠାରୁ ଢୁଙ୍କାପଡା ନୋଡାଲ ହାଇ ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିଲେ। ସ୍ୱର୍ଗତ ପ୍ରଫୁଲ ବେହେରାଙ୍କ ସ୍ୱାସ୍ଥ୍ୟ ସେଠାରେ ଖରାପ ଦିଗକୁ ଯିବାରୁ ମଇ ୮ ରେ ବ୍ରହ୍ମପୁର ପଠାଇବା ପାଇଁ ଆମ୍ବୁଲାନ୍ସ ପ୍ରଶାସନ ମଗାଇଥିଲେ। ହେଲେ ଆମ୍ବୁଲାନ୍ସରେ ଯିବା ପୂର୍ବରୁ ମଧ୍ୟାହ୍ନ ଭୋଜନପାଇଁ ହାତରେ ଭାତ ଥାଳି ଧରିଥିବା ବେଳେ ସ୍କୁଲ ପାହାଚ ନିକଟରେ ଟଳି ପଡି ପ୍ରାଣତ୍ୟାଗ କରିଥିଲେ। ମର ଶରୀରକୁ ବ୍ରହ୍ମପୁର ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ କୋଭିଡ ୧୯ ପଜିଟିଭ ଥିବା ଜଣାପଡିଛି।ପ୍ରଫୁଲଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଢୁଙ୍କାପଡା ସଙ୍ଗରୋଧ କେନ୍ଦ୍ରକୁ ଯାଇଥିବା ବେଳେ ମଇ ୯ ତାରିଖ ଦିନ ମାଟିଆସହି ଗ୍ରାମକୁ ଯାଇ ଶୋକକୁଳ ପରିବାରକୁ ସମବେଦନା ଜଣାଇବା ସହ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ