ଖଡଖାଈ ନଈରେ ପଡ଼ି ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):’କରୋନା’ ର କାୟା ବିସ୍ତାରକୁ ରୋକିବା ପାଇଁ ସରକାର ଲକ୍ ଡାଉନ୍ ଦିର୍ଘ ୪୦ ଦିନରୁ ଉର୍ଦ୍ଧ୍ବ ହେଲା ଜାରି ରଖିଛନ୍ତି । କିନ୍ତୁ ସକାଳ ୭ରୁ ଦିନ୧ଟାଏ ପର୍ଯ୍ୟନ୍ତ କିଛି ଦୋକାନ ବଜାର, ଖୋଲିବା ପାଇଁ କିଛି ସର୍ତ୍ତରେ ସହ ଖୋଲିବାକୁ ଅନୁମତି ଦେଇଛନ୍ତି । ତେଣୁ ଆମେ ସକାଳୁ ବଜାରକୁ ଆସି ଘରର ଆବଶ୍ୟକ ଜିନିଷ ନେଇ ଫେରି ଯାଆନ୍ତି ।ହେଲେ କିଏ ଜାଣେ ବଜାରକୁ ଆସିଲେ ଏମିତି ଏକ ଅଭାବନୀୟ ଦୁଖଦ ଘଟଣା ଘଟିଯିବ?ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ କୁସୁମିତ ବ୍ଲକର ଶାମସୁନ୍ଦର ଗାଁ (କପିଳାସ) ଗାଁ ର ଅବସରପ୍ରାପ୍ତ ଶିକ୍ଷକ ପରମେଶ୍ବର ମହାନ୍ତ (୮୦) ପାଖାପାଖି ନିଜ ସାଇକେଲରେ ରାଇରଙ୍ଗପୁର ବଜାରକୁ ସର୍ଟକଟ ରାସ୍ତା ଖଡଖାଈ ନଦୀରେ ଅଳ୍ପ ପାଣିରେ ସାଇକେଲରେ ଶନିବାର ସକାଳୁ ୮ଟା ପାଖାପାଖି ସମୟରେ ବାହାରି ଆସିଥିଲେ । କିନ୍ତୁ ଧୀରେ ସାଇକେଲ ଧରି ପାର ହଉଥିବ ଥିବା ସମୟରେ କୌଣସି କାରଣରୁ ପଡ଼ି ଯାଇଥିଲେ ଓ ସାଇକେଲଟି ତାଙ୍କ ଉପରେ ପଡ଼ି ଯାଇଥିଲା । କିଛି ସମୟପରେ ୩ଜଣ ଯୁବକ ରାଜା ବେହେରା,ବିଷ୍ଣୁ ବେହେରା ଏବଂ ବିନୋଦ ବେହେରା ସେହି ରାସ୍ତାରେ ଆସି ନଈରେ ପଡ଼ିଥିବା ଜଣେ ବ୍ୟକ୍ତି କୁ ଦେଖି ରାଇରଙ୍ଗପୁର ଥାନାକୁ ଖବର ଦେଇଥିଲେ ।ପରେ ପୋଲିସ ପହଞ୍ଚି ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।ପରେ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ପରେମେଶ୍ବର ସାର ଛାତ୍ର ବତ୍ସଳ,ଅମାୟିକ, ଧର୍ମପରାୟଣ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ରାଇରଙ୍ଗପୁର ଡାକ୍ତରଖାନା ଲୋକାରଣ୍ୟ ହୋଇଯାଇଥିଲା । କେଉଁ ପରିସ୍ଥିତିରେ ପରମେଶ୍ବର ସାରଙ୍କ ର ଦୁଃଖଦ ଘଟଣା ଘଟିଲା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ