ବୃକ୍ଷରୋପଣ ପାଇଁ ହଦଗଡ ବନପାଳଙ୍କ କ୍ଷେତ୍ର ପରିଦର୍ଶନ

ହାଟଡିହି,(ଓ୍ବାଇଏନ୍ଏସ୍):ପଢ଼ିଆରିପଲ୍ଲି ପଞ୍ଚାୟତ ଅନ୍ତର୍ଗତ ଝୁଣାବାଡି, କୁରାଢ଼ିଘସା, କାହାଳିଆଗଡିଆ ଆଦି ଗ୍ରାମରେ ଥିବା ଗ୍ରାମ୍ୟ ଜଂଗଲ ମାନଙ୍କରେ ବୃକ୍ଷରୋପଣ ପାଇଁ ଆନନ୍ଦପୁର ଡିଏଫଓଙ୍କ ତରଫରୁ ଏ.ସି.ଏଫ ପ୍ରଫୁଲ କୁମାର ମଲ୍ଲିକ, ହଦଗଡ ବନପାଳ ସୁମିତ ମହାନ୍ତି, ଫରେଷ୍ଟର କେଦାର ପାତ୍ର ପ୍ରମୁଖ ଷ୪ତ୍ରପରିଦର୍ଶନ କରିଛନ୍ତି । କିପରି ଅଧିକରୁ ଅଧିକ ଗଛ ଲାଗି ପାରିବ ଓ ତାହାର କିପରି ଯତ୍ନ ନିଆଯିବ ସେ ସମ୍ପର୍କରେ ଅଲୋନା କରିଥିଲେ । ଏହି ସମୟରେ କେନ୍ଦୁଝର ବଞ୍ଚାଅ ମଞ୍ଚ ଓ ଗ୍ରୀନ ଓଡିଶା ସଂଗଠନ ପ୍ରତିଷ୍ଠାତା ବିଶ୍ୱରଞ୍ଜନ ବେହେରା, ଦାମୋଦର ବେହେରା, ଶିବ ପ୍ରସାଦ ବେହେରା, ଜିତେନ୍ଦ୍ର କୁମାର ବେହେରା, ରମାକାନ୍ତ ଦାସ, ସୌମ୍ୟ ରଞ୍ଜନ ବେହେରା, ସତ୍ୟବାନ ବେହେରା ପ୍ରମୁଖ ୁପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ