ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଲା
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ସତୁରୀ ହଜାର ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୩୬୦୪ ଟି ମାମଲା ସାମ୍ନାକୁ ଆସିଥିବାବେଳେ ୮୭ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ସର୍ବମୋଟ୍ ୭୦ ହଜାର ୭୫୬ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ୪୬ ହଜାର ୮ ଜଣ ଚିକିତ୍ସାଧୀନ ରହିଥିବାବେଳେ ୨୨ ହଜାର ୪୫୫ ଜଣ ସୁସ୍ଥ ହୋଇଛନ୍ତି ଓ ୨୨୯୩ଜଣଙ୍କର ମୃତ୍ୟୁ ହୋଇଛି ।
ମହାରାଷ୍ଟ୍ରରେ ସର୍ବାଧିକ ୨୩ ହଜାର ୪୦୧ ଜଣ ଆକ୍ରାନ୍ତ ଥିବାବେଳେ ୮୬୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ ୫୧୩, ମଧ୍ୟପ୍ରଦେଶରେ ୨୨୧, ପଶ୍ଚିମବଙ୍ଗରେ ୧୯୦, ରାଜସ୍ଥାନରେ ୧୧୩, ଦିଲ୍ଲୀରେ ୭୩, ଉତ୍ତରପ୍ରଦେଶରେ ୮୦, ଆନ୍ଧ୍ରପ୍ରଦେଶରେ ୪୫, ତାମିଲନାଡୁରେ ୫୩, ତେଲେଙ୍ଗାନାରେ ୩୦, କର୍ଣ୍ଣାଟକରେ ୩୧, ପଞ୍ଜାବରେ ୩୧, ଜମ୍ମୁକାଶ୍ମୀରରେ ୧୦, ହରିୟାଣାରେ ୧୧, ବିହାରରେ ୬, କେରଳରେ ୪, ଝାଡଣ୍ଡରେ ୩, ଓଡ଼ିଶାରେ ୩, ଚଣ୍ଡୀଗଡରେ ୨, ହିମାଚଳ ପ୍ରଦେଶରେ ୨, ଆସାମରେ ୨ ଓ ମେଘାଳୟରେ ଜଣକର ମୃତ୍ୟୁ ହୋଇଛି ।


